ଚମ୍ପୁଆ ବ୍ଲକର କ୍ରୀଡା ଉତ୍ସବର ଉଦଯାପନୀ ସମାରୋହରେ : ଯୋଗ ଦେଲେ ଚମ୍ପୁଆ ବିଧାୟିକା – ଶ୍ରୀମତି ମିନାକ୍ଷୀ ମହାନ୍ତ

୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚମ୍ପୁଆ :-> ଚମ୍ପୁଆ ବ୍ଲକରେ ରାଜ୍ୟ ସରକାରଙ୍କ #ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ଆୟୋଜିତ ହୋଇଥିବା କ୍ରୀଡା ଉତ୍ସବର ଉଦଯାପନ ହୋଇଯାଇଛି । ଏଥିରେ କ୍ରିକେଟ,ଫୁଟବଲ,ହକି,ଭଲିବଲ,କବାଡି ଏବଂ ଖୋଖୋ ଖେଳ ଅନ୍ତର୍ଭୂକ୍ତ ହୋଇଥିଲା ।

ଗତ ୨୦-୧୨-୨୦୨୩ରିଖରୁ ବିଭିନ୍ନ ପଞ୍ଚାୟତ ଖେଳ ପଡିଆ ମାନଙ୍କରେ ଗ୍ରୃପ ଷ୍ଟେଜର ଖେଳ ଜାରି ରହିଥିଲା । କିନ୍ତୁ ଉକ୍ତ କ୍ରୀଡା ଉତ୍ସବର ଅନ୍ତିମ ଦିବସରେ ସମସ୍ତ ଖେଳ ଚମ୍ପୁଆ ନେହେରୁ ଷ୍ଟାଡିୟମ ରେ ଖେଳାଯାଇ ଦଳମାନଙ୍କୁ ପୁରଷ୍କାର ବିତୋରଣ କରାଯାଇଥିଲା ।

ଉକ୍ତ ପ୍ରତିଯୋଗିତାରେ ଫୁଟବଲ ଖେଳରେ କୁଟାରୀପଶି ଲାୟନ୍ସ ବିଜୟୀ ହୋଇଥିବା ସ୍ଥଳେ କ୍ରିକେଟ ରେ ଚମ୍ପୁଆ ,ଭଲିବଲ ରେ ବଡନୋଇ,କବାଡି ଓ ଖୋଖୋ ରେ କୋଦଗାଡିଆ,ହକିରେ ସୁନାପଶି ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ସୂଚନା ମିଳିଛି ।

ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ଦଳକୁ ୨୦ହଜାର ନଗଦ ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଖେଳ ଚମ୍ପୁଆ ବ୍ଲକ ଉନ୍ନୟନ ଅଧିକାରୀ ରାଜା ରଣଜିତ ବଳଙ୍କ ତତ୍ବବୋଧାନରେ ହୋଇଥିବା ସ୍ଥଳେ

ମୁଖ୍ଯ ଅତିଥି ଭାବରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଜଗନ୍ନାଥ ନାଏକ ସମ୍ମାନୀତ ଅତିଥି ଭାବରେ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ଉପସ୍ଥିତ ରହି ଖେଳାଳୀ ମାନଙ୍କର ମନବଳ ବଢାଇବା ସହିତ ଉତ୍ସାହିତ କରିଥିଲେ ।