ବଡବିଲ ନଗର ଭବନ ଠାରେ ବିଜେଡିର ପ୍ରଶିକ୍ଷଣ ଶିବିର

୧୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚମ୍ପୁଆ :-> ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶରେ ବଡବିଲ ଓ ଯୋଡା ପୌରାଞ୍ଚଳର ସମସ୍ତ ୱର୍ଡରୁ ମୋଟ ୭ଶହ ବିଜେଡି କର୍ମିକୁ ନେଇ ବଡବିଲ ନଗର ଭବନ ଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ସମେତ ସମସ୍ତ ଅତିଥିଗଣ ପ୍ରଭୁ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ପ୍ରଦ୍ବୀପ ପ୍ରଜ୍ଜଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।

ନବୀନ ବାବୁଙ୍କୁ କିପରି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ଏବଂ ଭାରତର ସବୁଠାରୁ ଅଧିକ ଦିନ କାର୍ଯ୍ୟଭାର କରିଥିବା ମୁଖ୍ୟମନ୍ତ୍ରୀର ଉପାଧି ମିଳିବାରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଯେପରି ଅଗ୍ରଣୀ ଭୂମିକା ତୁଲାଇବ ସେଥିପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ ସ୍ଥାନୀୟ ବିଧାୟିକା ଶ୍ରୀମତି ମହାନ୍ତ ।

ଉକ୍ତ କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ମାଧବ ସର୍ଦାର, ବଡବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ,ଯୋଡା ପୌରାଧ୍ୟକ୍ଷ ଡ.ଜଗଦୀଶ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ଲଛମନ ମହାନ୍ତ ଏବଂ ପୁର୍ବତନ ସାଂସଦ ଯୋଶବନ୍ତ ସିଂ ଲାଗୁରୀ ସମେତ ସମସ୍ତ କାଉସିଲର ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।