ଭାନପୁର ପଞ୍ଚାୟତ ମନରେଗା କାର୍ଯ୍ୟରେ ମହା ଦୂର୍ନିତୀ ଅଭିଯୋଗ

କାମ କରିନଥିବା ଓ ଦାଦନ ଯାଇଥିବା ଶ୍ରମିକ ଙ୍କ ନାମ ରେ ଥିବା ପାସବୁକ ରେ ଟଙ୍କା ପକାଇ ଆତ୍ମସାତ କରିଥିବା ଅଭିଯୋଗ                 

୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଏକ ଦାଦନ ପ୍ରବଣ ଅଞ୍ଚଳ ଭାବେ ବେଶ ପରିଚୟ । ଲୋକେ କାମ ନ ପାଇ ବାହାର ରାଜ୍ୟ କୁ ଦାଦନ ଖଟି ଯାଉଥିବା ବେଳେ ଏହାକୁ ରୋକିବା ପାଇଁ ସରକାର ଙ୍କ ମହତ ପ୍ରଣିତ ମନରେଗା ଯୋଜନା ରେ କାମ ଯୋଗାଦିଆଯାଉଛି । ଉକ୍ତ ମନରେଗା କାର୍ଯ୍ୟରେ ଅଧିକାରୀ ,ଗାଁସାଥୀ ,ଜିଆରଏସ ଙ୍କ ମିଳିତ ଭଗତ ରେ ଟଙ୍କା ଆତ୍ମସାତ କରାଯାଉଥିବା ନେଇ ବଞ୍ଚିତ ହେଉଥିବା ଶ୍ରମିକ ଓ କାମ ନ କରି ଟଙ୍କା ଉଠୁଥିବା ନେଇ ଉପଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ଖପ୍ରାଖୋଲ ବ୍ଳକ ର ଚାବିରିପାଲି ଗାଁ ରେ ୨୦୨୨/୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନା ରେ କାମ ଚାଳିଥିଲା ।

ଉକ୍ତ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରିମକ ମାନଙ୍କ କାର୍ଯ୍ୟ ନିରିକ୍ଷଣ ପାଇଁ ଗାଁ ସାଥି ଏବଂ ଜିଆରଏସ ଦାୟୀତ୍ବ ତୁଲାଇଥିଲେ । ହେଲେ ଚଞ୍ଚକତା କରି କାମ ନକରିଥିବା ଶ୍ରମିକ ଙ୍କ ନାମରେ ଉଠାଣ କରି ଆତ୍ମସାତ କରିଥିବା ଲିଖିତ ଅଭିଯୋଗ ପତ୍ରରେ ରହିଛି ।ଅନ୍ୟପଟେ ଦାଦନ ଯାଇଥିବା ଶ୍ରମିକ ମାନଙ୍କ ନାମରେ ମଧ୍ୟ ଟଙ୍କା ଜମାକରୀ ସରପଞ୍ଚ ,ଗାଁ ସାଥି ଓ ,ଜିଆରଏସ ମିଶି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହେଉଛି । ଅନ୍ୟପଟେ ଗାଁ ର ଧନୀକ ଶ୍ରେଣୀର ସନ୍ତୋଷ ମେହେର ,କ୍ଷମାନିଧି ମେହେର ,

ରାଜ ମେହେର ,ଯଶୋଦା ମେହେର ,ବିଦେଶୀ ମେହେର କାମ ନକରି ଏମାନଙ୍କ ନାମରେ ଥିବା ପାସବୁକ ରେ ଟଙ୍କା ଜମାକରାଯାଉଥିବା ବେଳେ ଉକ୍ତ ଆର୍ଥିକ ବର୍ଷ ରେ ଦାଦନ ଯାଇଥିବା ଲକ୍ଷ୍ମଣ ଦାସ ,କୁମ୍ବଦିନୀଦାସ, ଅଭି ବରିହା ,ସଦାନନ୍ଦ ଜାଲ ,ଜୟବିହାରି ବରିହା ,ସତ୍ୟକୁମ୍ଭାର ,ସଂଗୀତା ମହାନନ୍ଦ ,ରାଜୁ ମହାନନ୍ଦ ,କ୍ଷିରବତୀ ମହାନନ୍ଦ ,ନୀଳମଣି କୁମ୍ଭାର ,ଦେବକୀ କୁମ୍ଭାର ,ସେବକ କୁମ୍ଭାର ପ୍ରମୁଖ ଙ୍କ ନାମରେ ମଧ୍ୟ ମନେରେଗା ରେ କାମ କରୁଥିବା ଦର୍ଶାଇ ଏବଂ କାମ ଯୋଗାଇଦେବା ପାଇଁ ଆବେଦନ ଫର୍ମ ସହ ମଷ୍ଟରରୋଲ ରେ ନାମ ବାହାର କରି ଟଙ୍କା ପକାଇ ଆତ୍ମସାତ କରାଯାଇଥିବା ଲିଖିତ ଅଭିଯୋଗ ହୋଇଛି । ଏହାର ଉପଯୁକ୍ତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପଜିଲ୍ଲାପାଳ ଙ୍କ ଠାରେ ଗ୍ରାମବାସୀ ଲିଖିତ ଦାବି କରିଛନ୍ତି ।