କଫି ପିଇବା ଦ୍ବାରା ମିଳେ ଏହି ରୋଗ ରୁ ଉପଶମ

ଓଡିଶା ତାଜା ନ୍ୟୁଜ୍ (୨୫ ଜୁନ୍ ଗୁରୁବାର ) ରିପୋର୍ଟ – ସୋନାଲି , ଭୁବନେଶ୍ୱର :- ଆଜି କାଲି ବ୍ୟସ୍ତ ବହୁଳ ଜୀବନରେ ଲୋକ ମାନେ କଫି କିମ୍ବା “ଚା” ପିଇବାକୁ ବେଶ ଭଲ ପାଇଥାନ୍ତି କିନ୍ତୁ କିଛି ଲୋକ କଫି ପିଇବା ଲାଭ ଦାୟକ ବୋଲି କିଛି ବିଶେଷଜ୍ଞ ମତ ବ୍ୟକ୍ତ କରିଛନ୍ତି । ” ହେପାଟାଇଟସ୍ ସି ” ତଥା କାମଳ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଙ୍କ ପାଈଁ କଫି ହିତକର ବୋଲି ଗବେଷଣା ରୁ ଜଣା ପଡେ । ” ହେପାଟାଇଟସ୍ ସି” ରୋଗୀ ଯଦି ଦିନକୁ ଦୁଇ , ତିନି ଥର କଫି ପିଅନ୍ତି ତେବେ ସେମାନଙ୍କ ଯକୃତ ସଂକ୍ରମଣ ର ଆଶଙ୍କା ୫୩ ପ୍ରତିଶତ କମ ହୋଇଯାଈଥାଏ ।

ଦୀର୍ଘଦିନ ଦିନରୁ “ହେପାଟାଇଟସ୍ ସି” ରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ରୋଗୀ ଙ୍କ ପାଈଁ କଫି ପିଇବା ଫଳପ୍ରଦ ଅଟେ । ଏହା ରୋଗ ଆରୋଗ୍ୟରେ ସାହାଯ୍ୟ କରୁ ନଥିଲେ ମଧ୍ୟ ରୋଗକୁ ଶରୀର ର ଅନ୍ୟସ୍ଥାନ କୁ ସଂକ୍ରମଣ ହେବାରୁ ରକ୍ଷା କରିଥାଏ । କେବଳ ଯକୃତ ନୁହେଁ ଅନ୍ୟ ରୋଗ ରୁ ମଧ୍ୟ କିଛି ଉପଶମ ମିଳିଥାଏ ।ଏଣୁ “ହେପାଟାଇଟସ୍ ସି” ରୋଗୀ ଦିନକୁ ଦୁଇ ଥର ପିଇବା ଉଚିତ୍ ।