ଗଜପତି ମହାରାଜା ତିନି ରଥର ଛେରା ପହଁରା ନୀତି ସମାପନ କରିବା ପରେ ଆଗକୁ ଗଡିଲା ରଥ

ଓଡିଶା ତାଜା ନ୍ୟୁଜ୍ /ରିପୋର୍ଟ ସୋନାଲି ମହାରଣା (୨୩ ଜୁନ୍ ମଙ୍ଗଳବାର) ପୁରୀ :- ଚଳିତ ବର୍ଷ ପୁରୀ ଶ୍ରୀକ୍ଷେତ୍ର ରେ ଅନୁଷ୍ଠିତ ଭକ୍ତ ବିହୀନ ରଥଯାତ୍ରା ରେ ବଡଦାଣ୍ଡ ଭକ୍ତଶୂନ୍ୟ ହୋଇଥିବା ବେଳେ କରୋନା ନିୟମ ଓ ସୁପ୍ରିମକୋର୍ଟ ସର୍ତ୍ତ ଅନୁସାରେ ଦାରୁ ବ୍ରହ୍ମ ଶ୍ରୀ ଜୀଉ ଙ୍କ ର ସମସ୍ତ ରିତିନୀତି ହୋଇଛି । ଚତୁର୍ଦ୍ଧମୂର୍ତ୍ତି ଙ୍କ ସୀମିତ ସେବାୟତ ରେ ପହଣ୍ଡି ବିଜେ ହୋଇଥିଲା ।

ରଥାରୁଢ଼ କାଳିଆ ଠାକୁର ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ଙ୍କ ପରେ ରଥ ରେ ଅବସ୍ଥାନ କରିଥିଲେ । ମହାବାହୁ ଙ୍କ ପହଣ୍ଡି ପରେ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟ ସିଂହ ଦେବ ପାଲିଙ୍କି ରେ ବିଜେ କରି ତିନି ରଥରେ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ

ପ୍ରଥମେ ବଡ଼ ଠାକୁର ବଳଭଦ୍ର ଜୀଉ ଙ୍କ ରଥ ତାଳଧ୍ୱଜ ରେ ରଥ ପରିକ୍ରମା କରି ସ୍ୱର୍ଣ୍ଣ ପହଁରା ରେ ଛେରା ପହଁରା ନୀତି ସମାପ୍ତ କରିବା ପରେ ଦେବୀ ସୁଭଦ୍ରା ଙ୍କ ରଥ ଦେବଦଳନ ଓ ଶେଷ ରେ ପତିତପବନ କାଳିଆ ଠାକୁର ଙ୍କ ନନ୍ଦିଘୋଷ ରଥରେ ଛେରା ପହଁରା ନୀତି ସମାପନ କରିଥିଲେ । ପରେ ବଳଭଦ୍ର ଙ୍କ ରଥ ବଡ଼ଦାଣ୍ଡରେ ଆଗକୁ ବଢ଼ିଲା ।