ଓଡ଼ିଶାର ଅନ୍ୟତମ ବାହୁବଳୀ ନେତା ଓ ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ରେଡ୍ ହୋଇଛି

୧୧ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ପୂର୍ବତନ ତଥା ପ୍ରଭାବଶାଳୀ ବିଧାୟକ ସନାତନ ମହାକୁଡ଼ ଙ୍କ ଘରେ ପଶିଲା ଆୟକର ବିଭାଗ । ସନାତନଙ୍କ ଭୁବନେଶ୍ୱରର ଓ କେନ୍ଦୁଝର ଜିଲ୍ଲାରେ ଥିବା ଘର ସମେତ ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି । ସନାତନଙ୍କ କେନ୍ଦୁଝରରର ବଡଲରେ ଥିବା ଭଡ଼ା ଘର, ନନ୍ଦିରାରେ ଥିବା ପୈତୃକ ଘର ଓ ଉଚ୍ଚବାଲିରେ ଥିବା କ୍ୟାମ୍ପ ଅଫିସରେ ଆୟକର ଟିମ୍ ଚଢ଼ାଉ କରିଥିବା ଜଣାପଡ଼ିଛି । ଏହି ଚଢ଼ାଉରେ ଆୟକର ବିଭାଗର ୩ଟି ସାମିଲ ହୋଇଛନ୍ତି ।

ଖଣି ଦୁର୍ନୀତି ଅଭିଯୋଗରେ ୨୦୧୫ରେ ଇଡି ତାଙ୍କ ଘର ଓ ବ୍ୟବସାୟ ସାମ୍ରାଜ୍ୟ ଉପରେ ଚଢ଼ଉ କରିଥିଲା । ପରେ ପୁଲିସ ମାଗକୁଡ଼ଙ୍କ ୧୬ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା । ସେହିପରି ସନାତନ ଙ୍କର ଭୁବନେଶ୍ୱର ଥିବା ଆଲିସାନ ଘର ଓ ଅଫିସ ସମେତ ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଭୁବନେଶ୍ୱରରେ ଚାଲିଥିବା ଚଢ଼ାଉରେ ଆୟକର ବିଭାଗର ୩ଟି ଟିମ୍ ସାମିଲ ଅଛନ୍ତି। ପ୍ରତିଟିମ୍‌ରେ ଟିମ୍‌ରେ ୧୦ ଜଣ ଆୟକର ବିଭାଗର ସଦସ୍ୟ ଅଛନ୍ତି ।
ସନାତନ ଜଣେ ପ୍ରଭାବଶାଳୀ ବିଧାୟକ ଥିଲେ । ସେ କୋଟି କୋଟି ଟଙ୍କା ଆୟକର ଫାଙ୍କିଥିବା ତାଙ୍କ ନାଁରେ ଅଭିଯୋଗ ଥିଲା । ପୂର୍ବରୁ ମଧ୍ୟ ଏହି ଅଭିଯୋଗ ଆଧାରରେ ଆୟକର ବିଭାଗ ତାଙ୍କ ଘରେ ଚଢ଼ାଉ କରିଥିଲା । ଆଜି ଭୋରରୁ ଆୟକର ଟିମ୍ ଭୁବନେଶ୍ୱରର ଓ କେନ୍ଦୁଝରରେ ଥିବା ଘର ସମେତ ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରିଥିବା ଜଣାପଡ଼ିଛି ।

ସନାତନ ସମାଜସେବା କ୍ଷେତ୍ରରେ ଅନେକ ପଇସା ଖର୍ଚ୍ଚ କରୁଥିଲେ । ଏହି ପଇସା ସେ କେଉଁଠୁ ଆଣୁଥିଲେ, ସେ ଆୟକର ଦେଉଥିଲେ ନା ନାହିଁ ଏହାର ଯାଞ୍ଚ ମଧ୍ୟ କରାଯାଉଛି । ଚଢ଼ାଉ ବେଳେ ସନାତନଙ୍କ ଘରୁ ବହୁତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି ।