ଗ୍ରୀଷ୍ମକାଳୀନ ଭାରତ୍ତୋଳନ ଶିବିର ଉଦଘାଟିତ

୨୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଉଚ୍ଚ ବିଦ୍ୟାଳୟରେ ଗ୍ରୀଷ୍ମ କାଳୀନ ଭାରୋତ୍ତଳନ ଶିବିର ଆଜି ଉଦଘାଟିତ ହୋଇଯାଇଛି l ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଏହି ଶିବିର କୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ କ୍ରୀଡ଼ା ଓ ଯୁବ ବ୍ୟାପାର ଓ ଏସ ଡି ରାମ ଗୋବିନ୍ଦ ପରିଡ଼ା , ଏନ ଏ ସି ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ,ନଗରପାଳ ଶୁଭେନ୍ଦୁ କୁମାର ସାହୁ , ଭୁବନ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂଘ ତଥା ପି ଟି ଏ ସଭାପତି ପ୍ରଭାସ କୁମାର ସେନାପତି ,ଜିଲ୍ଲା କ୍ରୀଡ଼ା ସାଂସଦ ସଭ୍ୟ ଦୁଷ୍ମନ୍ତ କୁମାର ପୃଷ୍ଟି ଯୋଗ ଦେଇଥିଲେ l ଭାରୋତ୍ତଳାନ ପ୍ରଶିକ୍ଷକ ଭାବେ ଗୋପାଳ ଦାସ ଯୋଗଦେଇ ୧୦ ରୁ ୧୫ ବର୍ଷ ପ୍ରାୟ ୫୦ ଜଣ ଛାତ୍ର ଙ୍କୁ ପ୍ରଶିକ୍ଷଣ ଦେଇଥିଲେ l ଏହି ଶିବିର ଆସନ୍ତା ମଇ ମାସ ୮ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୪.୩୦ ରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି l