କରଞ୍ଜିଆ ଥାନା ଚଢେଇଭୋଳ ଅଞ୍ଚଳରେ ଦୁଇ ମାସ ଯାଏ ୧୪୪ ଧାରା ଜାରି

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମୟୁରଭଞ୍ଜ/କରଞ୍ଜିଆ :- ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଚଢେଇଭୋଳ ଅଞ୍ଚଳରେ ପରିସ୍ଥିତି ଶାନ୍ତ ରଖିବା ପାଇଁ ଜାରି ହୋଇଛି ୧୪୪ ଧାରା । ସୂଚନା ମୁତାବକ କିଛି ଦିନ ପୂର୍ବରୁ ରାମ ନବମୀରେ କୁମ୍ଭାରସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ଉଭୟ ଗୋଷ୍ଠୀର କିଛି ବ୍ୟକ୍ତି ଆହତ ହୋଇଥିଲେ । ଏନେଇ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା । ପୋଲିସ ପ୍ରଶାସନ ଚେଷ୍ଟା କରିଥିଲା ସମସ୍ୟା ସମାଧାନ କରିବା ପାଇଁ । କରଞ୍ଜିଆ ଥାନା ଅଧିକାରୀ , କରଞ୍ଜିଆ ଏସଡିପିଓ , ଆଡିସନାଲ ଏସପିଙ୍କ ସହିତ ସ୍ଥାନୀୟ ଜନସାଧାରଣଙ୍କୁ ନେଇ ବୁଝାମଣା କରାଯାଇଥିଲା । କରଞ୍ଜିଆ ପୋଲିସ ପକ୍ଷରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । କିନ୍ତୁ ଚାପା ଉତେଜନା ଲାଗିରହିଥିବା ଯୋଗୁଁ ୧୪୪ ଧାରା ଲଗାଯାଇଛି ଯାହା ଦୁଇ ମାସ ପର୍ଯ୍ୟନ୍ତ ଜାରି ରହିବ । ଏହାକୁ ଦୃଷ୍ଟିରେ ରଖି ୧୪୪ ଧାରା ଲଗାଯାଇଛି ବୋଲି କରଞ୍ଜିଆ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।