ଘାସିଏନ୍ ପଞ୍ଚାୟତ ମହାବିଦ୍ୟାଳୟ ରେ ମେଧାବୀ ଛାତ୍ର ଙ୍କୁ ମୁରଲୀଧର ପୁରୋହିତ ସ୍ମାରକୀ ପୁରସ୍କାର ପ୍ରଦାନ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ଘସିଅନ ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ରେ ଆଜି ମେଧାବୀ ଯୁକ୍ତ ୨ କଲା ଛାତ୍ର ଶ୍ରୀ ବିଜୟ କୁମାର ଭୋଇ ଙ୍କୁ “ମୁରଲୀଧର ପୁରୋହିତ ସ୍ମାରକୀ ପୁରସ୍କାର”ପ୍ରଦାନ କରାଯାଇଛି ଏହାର ଆର୍ଥିକ ରାଶି ସ୍କୁଲ ର ଅଧ୍ୟକ୍ଷ ଶ୍ରୀ ମହାଦେବ ମେହେର ଚେକ ଆକାରର ପ୍ରଦାନ କରିଥିଲେ । ଏଇ ପୁରସ୍କାର ପ୍ରତ୍ୟେକ ବର୍ଷ ଜଣେ ଗରିବ ମେଧାବୀ ଛାତ୍ର ଙ୍କୁ ପ୍ରଦାନ କରାଯାଇଥାଏ । ଉକ୍ତ ପୁରସ୍କାର ରାଶି ଟି ମୁରଲୀଧର ପୁରୋହିତ ସ୍ମାରକୀ ପାଇଁ ଦାନ କରାଯାଇଛି ।

ଏହି ରାଶି ଟି ଗଛିତ ସୁଧ ଟଙ୍କା ରୁ ପ୍ରତି ବର୍ଷ ମୁରଲୀଧର ପୁରିହିତ ସ୍ମାରକୀ ପାଇଁ ପ୍ରତି ବର୍ଷ ଜଣେ ଗରିବ ମେଧାବୀ ଛାତ୍ର ଙ୍କୁ ପ୍ରଦାନ କରାଯାଇ ଥାଏ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।ଉକ୍ତ ପୁରସ୍କାର ରାଶି ପ୍ରଦାନ ବେଳେ ଜିତେନ୍ଦ୍ର ମିଶ୍ର, ଭାଗ୍ୟବାନ ମହାକୁର , ପ୍ରାଧ୍ୟାପକ ଏବଂ ବିଦ୍ୟାଳୟ ର କର୍ମଚାରୀ ଅଭିମନ୍ୟୁ ମେହେର, ସନାତନ କରଣ, ଘନଶ୍ୟାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।