‘ଅନ୍ତଦ୍ୱର୍ନ୍ଦ ନରଖି କାର୍ଯ୍ୟକଲେ ଅନୁଷ୍ଠାନ ଦୀର୍ଘ ସ୍ଥାୟୀ ହୋଇଥାଏ ’ସ୍ମାଇଲ ଫାଉଣ୍ଡେସନର ୫ବାର୍ଷିକ ଉତ୍ସବ

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଦିବ୍ୟାଙ୍ଗ ସାଗରୀକା ଓ ସତ୍ୟବ୍ରତଙ୍କ ନୃତ୍ୟରେ ଝମିଲେ ଦର୍ଶକ

୨୭ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କୋରାଇ :- ସଦସ୍ୟ ଓ କର୍ମମର୍ତାଙ୍କ ମଧ୍ୟରେ ଅନ୍ତଦ୍ୱର୍ନ୍ଦ ନରଖି କାର୍ଯ୍ୟ କଲେ ଅନୁଷ୍ଠାନ ଦୀର୍ଘସ୍ଥାୟୀ ହେବା ସହ ତା’ର ଲକ୍ଷରେ ସଫଳ ହୋଇ ଥାଏ । ଏବଂ ଜନାଦୃତ ହୋଇ ମହାଦୃମରେ ପରିଣତ ହୋଇଥାଏ ବୋଲି କୋରାଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ମାଇଲ ଫାଉଣ୍ଡେସନର ୫ମ ବାର୍ଷିକ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ରବିବାର ସନ୍ଧ୍ୟାରେ ଫାଉଣ୍ଡେସନର ବାର୍ଷିକ ଉତ୍ସବର ଉଦଘାଟନି ସଭାରେ ମୁଖ୍ୟଅତିଥିଭାବେ କୋରାଇ ବିଧାୟକ ଅଶୋକ କୁମାର ବଳ ଯୋଗଦେଇ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ଆଲୋକୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତାଭାବେ ସିଡବ୍ଲୁସିର ଚେୟାରମ୍ୟାନ ରେକ୍ସୋନା ଜେନା ଯୋଗଦେଇଥିଲା ବେଳେ ସମ୍ମାନୀତ ଅତିଥିଭାବେ କୋରାଇ ବ୍ଲକ ଅଧ୍ୟକ୍ଷା ଜୟନ୍ତି ଦଳାଇ, ଖମଣ ସରପଂଚ ଜୟନ୍ତି ରାଉତ, ଗ୍ରାମୀଣ ଏକତା ମଂଚର ଟ୍ରଷ୍ଟୀ ରଜତକୁମାର ସାହୁ,ଜରାଶ୍ରମର ସେବକ ସୁରେଶ ବିଶ୍ୱାଳ, ସ୍ମାଇଲର ପ୍ରତିଷ୍ଠାତା ସୌମ୍ୟବ୍ରତ ସାହୁ ପ୍ରମୁଖ ଯୋଗଦେଇ ସ୍ମାଇଲ ଫାଉଣ୍ଡେସନର ଜନମଙ୍ଗ କାର୍ଯ୍ୟ କରିବା ସହ ଦିବ୍ୟାଙ୍ଗଙ୍କ ମୁଖରେ ହସଫୁଟାଇବାର ପ୍ରୟାସକୁ ଭୂୟସୀ ପପ୍ରଶଂସା କରିଥିଲେ ।ଏହି ଅବସରରେ ଅନାଥାଶ୍ରମ ନେସନ କେୟାର ବୈରୀ, ବିଦ୍ୟା ଫାଉଣ୍ଡେସନ, ଅନ୍ନପୂର୍ଣ୍ଣା ଚାଇଲ୍ଡ କେୟାରଙ୍କ ସମେତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସତ୍ୟବ୍ରତ ଓ ସାଗରିକାଙ୍କୁ ପରୁସ୍କୃତ କରାଯାଇଥିଲା । ଏଥିସହିତ କୋରାଇର ‘ସମାଜ’ ପ୍ରତିନିଧି ମଳୟ କୁମାର ମଲ୍ଲିକ, ସାମ୍ବାଦିକ ବିରଂଚିନାରାୟଣ ଖୁଂଟିଆ, ଯାଜପୁର ମିରର ରିପୋର୍ଟର ରୁଦ୍ରପ୍ରତାପ ପାଢୀ ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ଅଙ୍ଗବସ୍ତ୍ର ଓ ଫଳକ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବରିଷ୍ଠ ସଭ୍ୟ ତଥା ଲକ୍ଷ୍ମୀନଗର ପଂଚାୟିତର ସରପଂଚ ଇଂ ସବେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ଦ୍ୱିତୀୟ ଅଧିବେଶନ ତଥା ଉଦ୍‌ଯାପନୀ ସଭାରେ ମୁଖ୍ୟଅତିଥି ଭାବେ କୋରାଇର ପ୍ରାକ୍ତନ ବିଧାୟକ ତଥା ମୋ କଲେଜ ଅଧ୍ୟକ୍ଷ ଅକାଶ ଦାସନାୟକ ଯେଗାଦେଇଥିଲା ବେଳେ ଅନୁଷ୍ଠାନର ସଭାପତି ଶ୍ରୀ ଦାଶ ସଭା ସଂଚାଳନା କରିଥିଲେ । ମୁଖ୍ୟବକ୍ତାଭାବେ ପ୍ରଦେଶ କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ସମ୍ମାନୀତ ଅତିଥିଭାବେ ଯୁବନେତା ପ୍ରୀତିରଞ୍ଜନ ସାହୁ ଓ କାହ୍ନୁଚରଣ ପଣ୍ଡା ପ୍ରମୁଖ ଯୋଗଦେଇ ଅନୁଷ୍ଠାନ ତା’ର ଲକ୍ଷନେଇ ସର୍ବଦା ସେବାକାର୍ଯ୍ୟରେ ବ୍ରତୀରହୁ ବୋଲି କହିଥିଲେ । ସୌମ୍ୟବ୍ରତ ସାହୁ ଅତିଥିପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅନୁଷ୍ଠାନର ସଂପାଦକ ତରୁଣ କୁମାର ସାହୁ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଦିବ୍ୟାଙ୍ଗ ଚିତ୍ରକାର ଦୀପ୍ତି ଦ୍ୱିବେଦୀ, ଜିଲା ସାମ୍ବାଦିକ ସଂଘର ସଭାପତି ସୁବାସ ଧଳ, ସାମ୍ବାଦିକ ମନ୍ମଥ କୁମାର ତରାଇଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ବେଷ୍ଟ ସ୍ମାଇଲ ଆୱାର୍ଡରେ ରାଧେଶ୍ୟାମ ସାହୁ, ପ୍ରସନ୍ନ କୁମାର ସ୍ୱାଇଁ, ମମତାମୟୀ ଦାଶ, ଚନ୍ଦନ ସାହୁ ଓ ହିତେଶ ଦାସ ପ୍ରମୁଖଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ବରିଷ୍ଠ ସଭ୍ୟ ଅକ୍ଷୟକୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରେ ମା’ହିଙ୍ଗୁଳା କାଳନିକେତନ, ସାଇ ଡ୍ୟାନ୍ସ ଗ୍ରୁପ, ହିଙ୍ଗୁଲା ପବ୍ଲିକ ସ୍କୁଲ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଅନାଥଶ୍ରମ ପିଲା ଓ ରାଧାମାଧବ ଡ୍ୟାନ୍ସ ଗ୍ରୁପର କାଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ, ଗୀତାଦି ପରିବେଶଣ କରାଯାଇଥିଲା ବେଳେ ଦିବ୍ୟାଙ୍ଗ ସତ୍ୟବ୍ରତ ଓ ସାଗରିକା ନୃତ୍ୟରେ ଦର୍ଶକ ବିଭୋର ହୋଇ ଉଠିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଧର ପାଢୀ, ଚନ୍ଦନ ସାହୁ, ସୁଶୀଲ ସାହୁ, ଅରୁଣ ସାହୁ, ରମେଶ ମଲ୍ଲିକ ପ୍ରମୁଖ କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ସହଯୋଗିତା କରିଥିଲେ ।