ହରିଶଙ୍କର ମାଁ ବିନ୍ଧ୍ୟବାସିନୀ ମନ୍ଦିର ଚୈତ୍ର ବାସନ୍ତୀକ ପୂଜା ପାଇଁ ବିଞ୍ଝାଲ ସମାଜ ପକ୍ଷରୁ ପ୍ରସ୍ତୁତି ବୈଠକ

୨୬ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼  ;- ପାଟଣାଗଡ଼ ବ୍ଳକ ଲରମ୍ଭା ପଞ୍ଚାୟତ ବାଗପଡା ଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ର ପକ୍ଷରୁ ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟବାସିନୀ ମନ୍ଦିର ଠାରେ ଚୈତ୍ର ବାସନ୍ତିକ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଲାଟ ସଭାପତି ତଥା ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ବାଗ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା , କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା, ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ର ଶେଖର ବରିହା , ସଂପାଦକ ବିମଳ ବରିହା , ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା, ସଦସ୍ୟ ହୃଷିକେଶ ବରିହା , ଦେଓଗାଁ ବ୍ଲକ ସଭାପତି ମଦନ ବରିହା ପ୍ରମୁଖ ଯୋଗ ଦେଇଥିଲେ ।ବୈଠକରେ ମାଁ ବିନ୍ଧ୍ୟବାସିନୀ ଙ୍କ ଚୈତ୍ର ବାସନ୍ତିକ ପୂଜା ମହୋତ୍ସବ ଆସନ୍ତା ୫ /୬ ଦୁଇଦିନ ଧରି ଅନୁଷ୍ଠିତ ହେବାର ସ୍ଥିର ହୋଇଛି । ପ୍ରତ୍ୟେକ ପରିବାର ରୁ ଯୋଗଦେଇ ପୂଜା ମହୋତ୍ସବ କୁ ସାଫଲ୍ୟ କରିବାକୁ ଉପଲାଟ ସଭାପତି ଶ୍ରୀ ବାଗ ଅନୁରୋଧ କରିଥିଲେ । ପୂଜାମହୋତ୍ସବ ର ଶେଷ ଦିନ ଜିଲ୍ଲା ସ୍ତରୀୟ ଏକ ସଭା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲା ର ୧୪ ଗୋଟି ବ୍ଳକ ର ସମାଜ ର ସବୁ ସ୍ତରର କର୍ମକର୍ତ୍ତା ସଦସ୍ୟମାନେଯୋଗଦାନ କରିବା ପାଇଁ ବୈଠକରେ ଯୋଗଦେବାପାଇଁ ଆଲୋଚନା କରାଯାଇଥିଲା । ମାଁ ବିନ୍ଧ୍ୟବାସିନୀ ମନ୍ଦିର ର ମୁଖ ଶାଳା ର ନିର୍ମାଣ ପାଇଁ ଜିଲ୍ଲା ର ପ୍ରତି ବ୍ଳକ ରୁ ଚାନ୍ଦା ସଂଗ୍ରହ କରିବାପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ‌। ଏଥିରେ ବିଭିନ୍ନ ସ୍ତରର କର୍ମକର୍ତ୍ତା ସଦସ୍ୟମାନେଯୋଗଦାନ କରିଥିଲେ । ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା ସଭା ପରିଚାଳନା କରିଥିବା ବେଳେ ଗୋରେଖନାଥ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।