ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ : ୬୨ ୟୁନିଟ ରକ୍ତ ସଂଗୃହୀତ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ  :- ଆଜି ସ୍ଥାନୀୟ ଅଗ୍ରୱାଲ ଧର୍ମଶାଳା ଠାରେ ବଜରଙ୍ଗୀ ସେବାସଙ୍ଘ ଓ ସୁରକ୍ଷା ମଞ୍ଚ, ଜଟଣୀର ସହଯୋଗରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତ ଦାନ ଶିବିରରେ ୬୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ବଜରଙ୍ଗୀ ସେବାସଙ୍ଘର ସମସ୍ତ ସଦସ୍ୟ ଓ କାର୍ଯ୍ୟକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ସୁରକ୍ଷା ମଞ୍ଚ ଜଟଣୀର ସଭାପତି ଶ୍ରୀଯୁକ୍ତ ଶିବୁ ରତନ ଯୋଶୀ ଓ ସମ୍ପାଦକ ଶ୍ରୀ ଚିତ୍ତ ରଂଜନ ପ୍ରଧାନ କାର୍ଯ୍ୟକ୍ରମକୁ ସଫଳ ରୂପେ ପରିଚାଳିତ କରିଥିଲେ । ଏହାକୁ ସୁରକ୍ଷା ମଞ୍ଚ ଏବଂ ବଜରଙ୍ଗି ସେବାସଂଘର ସମସ୍ତ ସଦସ୍ୟ ମାନେ ନିଜର ବହୁମୂଲ୍ଯ ସମୟ ଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ ।