କୋହେନ୍ ଇଟଂରନ୍ୟାସନାଲ୍ ସ୍କୁଲ୍ ପକ୍ଷରୁ ଓଡ଼ିଶାର ପ୍ରଥମ “ଏରୋ-ସ୍ପେସ୍ ଇଟିଂଗ୍ରେଟେଡ୍‌ ପାଠ୍ୟକ୍ରମ’ ଓ “କୋହେନ୍ ଏରୋ-ସ୍ପେସ୍ ଉତ୍କର୍ଷ କେନ୍ଦ୍ର

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ କୋହେନ୍‌ ଇଟଂରନ୍ୟାସନାଲ୍ ସ୍କୁଲ (ସିଆଇଏସ୍‌) ପକ୍ଷରୁ ଏହାର ଛାତ୍ରଛାତ୍ରୀମାନଙ୍କ ଲାଗି ୨୦୨୩-୨୪ ଶିକ୍ଷା ବର୍ଷରୁ ଓଡ଼ିଶାର ପ୍ରଥମ “ଏରୋ ସ୍ପେସ୍‌ ଇଟିଂଗ୍ରେଟେଡ୍ ପାଠ୍ୟକ୍ରମ’ର ଶୁଭାରମ୍ଭ ଘୋଷଣା କରାଯାଇଛି । ଏରୋ ସ୍ପେସ୍ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣୀୟ ଅନୁଭବ ପ୍ରଦାଦ କରିବା ଲାଗି ସ୍କୁଲ୍ ପକ୍ଷରୁ “କୋହେନ୍ ଏରୋ-ସ୍ପେସ୍ ଉତ୍କର୍ଷ’ କେନ୍ଦ୍ର ସ୍ଥାପନ କରାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଏରୋ-ସ୍ପେସର ବିଭିନ୍ନ ଦିଗକୁ ବ୍ୟାପକ ଭାବେ ବୁଝାଇବା ଲାଗି ଏରୋ ସ୍ପେସ୍ ଇଂଟିଗ୍ରେଟେଡ୍ ପାଠ୍ୟକ୍ରମକୁ ପ୍ରସ୍ତୁତ କରାଯାଇଛି । କୋହେନ୍ ଏରୋ ସ୍ପେସ୍ ଉତ୍କର୍ଷ କେନ୍ଦ୍ର ଏରୋସ୍ପେସ୍ ଶିକ୍ଷା ଓ ଗବେଷଣା ଲାଗି ଏକ ହବ୍ ଭାବେ କାର୍ଯ୍ୟ କରିବ ଛାତ୍ରଛାତ୍ରୀଙ୍କ ପାଖଷର ଉନ୍ନତ ପ୍ରଯୁକ୍ତି, ଗବେଷଣା ବ୍ୟବସ୍ଥା ଓ ଶିଳ୍ପ ବିଶେଷଜ୍ଞଙ୍କୁ ପହଂଚାଇବ ।

କୋହେନ୍ ଇଟଂରନ୍ୟାସନାଲ୍ ସ୍କୁଲ୍‌ର ଅଧ୍ୟକ୍ଷ ଶ୍ରୀ ଜ୍ୟୋତି ରଂଜନ ତ୍ରିପାଠୀ କହିଛନ୍ତି ଯେ, “ଓଡ଼ିଶାର ପ୍ରଥମ ଏରୋ ସ୍ପେସ୍ ଇଂଟିଗ୍ରେଟେଡ୍‌ ପାଠ୍ୟକ୍ରମର ଶୁଭାରମ୍ଭ କରିବା ଏବଂ କୋହେନ୍ ଏରୋ ସ୍ପେସ୍ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିଥିବାରୁ ଆମେ ଉଲ୍ଲସିତ । ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱ ସ୍ତରର ଶିକ୍ଷାଦାନ କରିବା ଏବଂ ଭବିଷ୍ୟତରେ କ୍ୟାରିୟରରେ ଆଗକୁ ବଢ଼ିବା ଲାଗ ସେମାନଙ୍କୁ ଆବଶ୍ୟକ ଦକ୍ଷତା ଓ ଜ୍ଞାନ ପ୍ରଦାନ କରିବା ପ୍ରତି ଆମର ରହିଥିବା ପ୍ରତିବଦ୍ଧତାର ପ୍ରତିଫଳନ ହେଉଛି ଏହି ଅଭିଯାନ ।’’ ୨୦୨୩ ମାର୍ଚ୍ଚ ୨୬ ତାରିଖ ରବିବାର ଦିନ ଓଇଆର୍‌ସିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଅତ୍ୟାଧୁନିକ ଉତ୍କର୍ଷ କେନ୍ଦ୍ର କୁ ଉଦ୍‌ଘାଟନ କରିବେ । ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ, କଳା ଓ ଗଣିତ (ଷ୍ଟିମ୍‌)କୁ ଆହୁରି ଆଗକୁ ବଢ଼ାଇବା ପାଇଁ ଆମେ ପ୍ରଥମରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ଧରଣର ଏରୋ ସ୍ପେସ୍ ଇଂଟିଗ୍ରେଟେଡ୍‌ ପାଠ୍ୟକ୍ରମର ଶୁଭାରମ୍ଭ କରୁଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ୧୧୦୦ ବର୍ଗଫୁଟରେ ସ୍ଥାପନ କରାଯାଇଥିବା ହାଇ-ଟେକ୍ ଲ୍ୟାବ୍ କୋହେନ୍‌ ଏରେସ୍ପେସ୍ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିଛୁ । ଏହା ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ଦକ୍ଷତା ଓ କ୍ଷମତା ପ୍ରଦାନ କରିବ ଯଦ୍ୱାରା ସେମାନେ ଏରୋ ସ୍ପେସ୍‌, ମହାକାଶ, ପାଣିପାଗ, ଇ-ପରିବହନ, ଏଆଇ, ସ୍ଥାପତ୍ୟ, ଉତ୍ପାଦ ଡିଜାଇନ୍ ଓ ଉଦ୍ୟମିତା ଆଦି କ୍ଷେତ୍ରାର କ୍ୟାରିୟର ଗଠନ କରିପାରିବେ କିମ୍ବା ଉଦ୍ୟମିତା ପଥରେ ଆଗକୁ ବଢ଼ିପାରିବେ ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ନବସୃଜନର ସଂସ୍କୃତି’ ଜାଗ୍ରତ କରିବାକୁ ଆମେ ଚାହୁଛୁ । କୋହେନ୍‌ର ଏରୋବେ-କେ୧୨ ପରୀକ୍ଷାମୂଳକ ଶିକ୍ଷଣୀୟ କାର୍ଯ୍ୟକ୍ରମ ହେଉଛି ଏକ ନୂଆ ପିଢ଼ିର ପରୀକ୍ଷଣ ଶିକ୍ଷଣୀୟ କାର୍ଯ୍ୟକ୍ରମ ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କ ପାଇଁ ରହିଛି ଷ୍ଟିମ୍ ଭିତିକ କାର୍ଯ୍ୟକ୍ରମର ଶିକ୍ଷା ଓ ଭାବ ବିନିମୟର ସମିଶ୍ରଣ ଯାହା ସେମାନଙ୍କୁ ଡିଜାଇନ୍ ଭାବନା, ଉଦ୍ୟମିତା ମାନସିକତା, ସମସ୍ୟା ସମାଧାନ, ପରିକଳ୍ପନା ଏବଂ ନବସୃଜନ, ସାମଜିକ ଓ ସହଯୋଗିତା ଭାବ ଏବଂ ଗୁରୁତ୍ୱପୂର୍ଣ୍ଣ ଓ ବିଶ୍ଳେଷଣ ଭାବନା ଦକ୍ଷତା ଆଦି କୌଶଳ ପ୍ରଦାନ କରିବ ।

ଷ୍ଟିମ୍ ହେଉଛି ଏକ ଶିକ୍ଷଣୀୟ ଦର୍ଶନ ଯେଉଁଥିରେ ସାମିଲ ରହିଛି ସହଯୋଗିତା ଭିତିକ ସମସ୍ୟା ସମାଧାନ ଏବଂ ପ୍ରତ୍ୟକ୍ଷ ପ୍ରାୟୋଗର ସହଯୋଗରେ ଶିକ୍ଷଣୀୟ ଚିନ୍ତାଧାରାର ସମିଶ୍ରଣ । ଏହା ଆନ୍ତଃ ଶୃଙ୍ଖଳା ଶିକ୍ଷାକୁ ଉତ୍ସାହିତ କରୁଛି ଯାହା ଛାତ୍ରଛାତ୍ରୀଙ୍କ ସର୍ବଙ୍ଗୀନ ଉନ୍ନତିକୁ ବଢ଼ାଇବ । ଦୟାକରି ଫଟୋ ଓ ଭିଡିଓଗୁଡ଼ିକୁ ଦେଖନ୍ତୁ ।  ଅଧିକ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ : ୭୦୭୭୭୭୫୩୧୦ .