ନୃସିଂହନାଥ ରେ ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲା ଅଧିକାରୀ ଅନୁପସ୍ଥିତ ଥିବାରୁ ବୈଠକ ରେ କ୍ଷୋଭ ପ୍ରକାଶ ପାଇଛି ।ମେଳା କୁ ଆବଶ୍ୟକ ମୁତାବକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ।

୨୩ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବଲାଙ୍ଗୀର :-  ପଶ୍ଚିମ ଓଡ଼ିଶାର ପ୍ରମୁଖ ନୃସିଂହନାଥ ତୀର୍ଥ ସ୍ଥଳୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସଵ ଓ ବୈଶାଖ ମେଳା ର ଏକ ପ୍ରସ୍ତୁତି ବୈଠକ ଭୋକ ମଣ୍ଡପ ପରିସରରେ ଭାରପ୍ରାପ୍ତ ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମହାପ୍ରଭୁଙ୍କ ଜନ୍ମୋତ୍ସଵ ଓ ବୈଶାଖ ମେଳା କୁ ପୂର୍ବ ବର୍ଷ ତୁଳନାରେ ଅଧିକ ଆକର୍ଷଣୀୟ ଓ ସୁଚାରୁ ରୂପରେ ପରିଚାଳନା କରିବା ପାଇଁ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ବୈଠକ ର ପ୍ରାରମ୍ଭ ରେ ଜିଲ୍ଲାପାଳ ଓ ଜିଲ୍ଲା ର ଅନ୍ୟ ଉଚ୍ଚ ଅଧିକାରୀ ମାନଙ୍କ ଅନୁପସ୍ଥିତ କୁ ନେଇ ତୀବ୍ର ସମାଲୋଚନା କରାଯାଇଥିଲା । ଅନ୍ୟ ପକ୍ଷରେ ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ଏହି ମେଲା ପ୍ରତି ପ୍ରଶାସନିକ ଅବହେଳା ଏବଂ ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଆନ୍ତରିକତା ନଥିବା ସ୍ପଷ୍ଟ ଭାବରେ ଜଣା ପଡୁଛି ମତ ପ୍ରକାଶ ପାଇଥିଲା ।

ଏହାପରେ ମନ୍ଦିର କାର୍ୟ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଙ୍କର ଦ୍ୱାରା ଗତ ବର୍ଷ ମେଲା ର ଅୟବ୍ୟୟ ବିବରଣୀ ପାଠ କରାଯାଇଥିଲା । ଏହାପରେ ବିଦ୍ୟୁତ, ପାନୀୟ ଜଳ , ପୋଲିସ , ସ୍ୱାସ୍ଥ୍ୟ, ଅଗ୍ନିଶମ, ଅବକାରୀ ବିଭାଗର କାର୍ୟ୍ଯ ବାବଦରେ ବିସ୍ତ୍ରୁତ ଭାବରେ ଆଲୋଚନା ହେବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଇପରେ ଆଲୋକପାତ କରାଯାଇଥିଲା । ବୈଶାଖ ମେଳା ପାଇଁ ଆବଶ୍ୟକ ମୁତାବକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିବେଦନ କରାଯାଇଥିଲା । ମେଳା ର ପ୍ରଚାର ପ୍ରସାର ପାଇଁ ସମ୍ବାଦିକ ବନ୍ଧୁ ମାନଙ୍କୁ ମୁଖ୍ୟ ଦାୟିତ୍ୱ ପ୍ରଦାନ କରାଯିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଅଧିକ ସୃଦୃଢ଼ କରିବା ପାଇଁ ପୋଲିସ ବିଭାଗ ତରଫରୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଭୁତି ଭୂଷଣ ଭୋଇ କହିଥିଲେ ।

ଚଳିତ ବର୍ଷ ମେଳା କୁ ସୁଚାରୁ ରୂପରେ ପରିଚାଳନା କରିବା ପାଇଁ ଏକ ୩୫ ଜଣିଆ ମେଳା କମିଟିର ଗଠନ କରାଯାଇଥିଲା । ଏହି କମିଟି ର ସଭ୍ୟ ମାନଙ୍କୁ ଗତବର୍ଷ ଭଳି ବିଭିନ୍ନ ବିଭାଗ ର ଦାୟିତ୍ୱ ଅର୍ପଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲାଥିଲାଯାଇଥିଲା । ବୈଠକରେ ପାଇକମାଲ ବିଡ଼ିଓ ତଥା ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ଶ୍ରୀ ସୁରେନ୍ଦ୍ର କୁମାର ସାହୁ , ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ , ଏସ ଡ଼ି ଏମ ଓ ପଦ୍ମପୁର , ବିଦ୍ୟୁତ ବିଭାଗର ଏସ ଡ଼ି ଓ ଶ୍ରୀ ପୁରନ୍ଦର ସାହୁ , ଆର ଡବ୍ଲୁ ଏସ ଏସ ର ଶ୍ରୀ ସତ୍ୟବ୍ରତ ମାଝୀ , ପାଇକମାଲ ରେଞ୍ଜର , ଅବକାରୀ ସବଇନ୍ସପେକ୍ଟର , ଅଗ୍ନିଶମ ବିଭାଗର ଅଧିକାରୀ , ଙ୍କର ସମେତ ପାଇକମାଲ ପଦ୍ମପୁର ଓ ଝାରବନ୍ଧ ଅଂଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ନୃସିଂହନାଥ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।