ମିଳିତ ଅମଳା ମଞ୍ଚ ର କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

୧୯ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ବରଗଡ଼ ମିଳିତ ଅମଳା ମଞ୍ଚ ର ଏକ ବୈଠକ ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କମଳା ମଞ୍ଚର ସଭ୍ୟ ଲୋକେଶ୍ବର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟତଃ ଦୁଇ ଦଫା ଦାବି ଉପରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ୪୨୦୦ଗ୍ରେଡ ପେ ଦାବି କାର୍ଯ୍ୟକାରୀ ଉପରେ ଗୁରୁତ୍ୱାରୋପ କରାଯାଇ ଥିଲା । ଉକ୍ତ ଦାବି ପୂରଣ ନହେଲେ ଜିଲ୍ଲା ସ୍ତରୀୟ ମିଳିତ ଅମଳା ମଞ୍ଚ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଅନ୍ୟ ଦାବି ଟି ହେଲା ଶିକ୍ଷା ଗତ ଯୋଗ୍ୟତା ଭିତ୍ତିକ ଦରମା ନିର୍ଦ୍ଧାରଣ । ସଭା କୁ ବରଗଡ଼ ଜିଲ୍ଲା କମଳା ସଂଘ ର ସମ୍ପାଦକ ଜ୍ଞାନ ପ୍ରକାଶ ସାହୁ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗ ଅମଳା ସଂଘ ର କର୍ମକର୍ତ୍ତା ଙ୍କୁ ନେଇ ଜିଲ୍ଲା ସ୍ତରୀୟ ମିଳିତ ଅମଳା ମଞ୍ଚ ଗଠନ କରାଯାଇଥିଲା । ଓଡ଼ିଶା ଅମଳା ସଂଘ ର ସଭାପତି ରମେଶ ଚନ୍ଦ୍ର ମେହେର, ଟ୍ରେଜେରୀ ସଂଘ ରାଜେନ୍ଦ୍ର କୁମାର ମେହେର, ଶିବଶଙ୍କର ଦୋରା, ନରେଶ କୁମାର ମେହେର,ଫାଲଗୁନୀ ପଣ୍ଡା ପ୍ରମୁଖ ବିଭିନ୍ନ ବିଭାଗର ଅମଳା ସଂଘ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।