ମାଲକାନଗିରି ଜିଲ୍ଲା ଯୁବ ଗ୍ରାମସଭା ସଂସଦ ପକ୍ଷରୁ : ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ବିଶାଳ ଗଣ ଆନ୍ଦୋଳନ

 ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାଲକାନଗିରି :- ମାଲକାନଗିରି ଜିଲ୍ଲା ସଦରମହକୁମା ଠାରେ ଆଜି ଯୁବ ଗ୍ରାମସଭା ସଂସଦ ପକ୍ଷରୁ ବିଭିନ୍ନ ଦାବି ନେଇ ସହରରେ ଏକ ବିଶାଳ ପଦଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦିର୍ଘ ସମୟ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ନିଜର ଧାରଣା ପ୍ରଦର୍ଶନ କରିଛନ୍ତି ।

ଜିଲ୍ଲା ଭିତ୍ତିକ ନିଯୁକ୍ତି ନିମନ୍ତେ ଦାବିପତ୍ରଟି ପ୍ରଦାନ କରିଛନ୍ତି । ବିଭିନ୍ନ ସମୟରେ ଦେଖାଯାଇ ଥାଏ ଜିଲ୍ଲାର ଅଧିକାଂଶ ଯୁବକ ଯୁବତୀ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଚାକିରି ଖଣ୍ଡେ ନ ମିଳିବାରୁ ନିଜର ପାଠ୍ୟକ୍ରମ ଛାଡ଼ି ପଡ଼ୋଶୀ ରାଜ୍ୟରେ ଦାଦନ ଖଟିବାକୁ ଯାଉଛନ୍ତି । ଅନ୍ୟପଟେ ଦେଖିବାକୁ ଗଲେ କିଛି ନୂତନ ପଦ ପଦବୀ ବାହାରିଥିଲେ ମଧ୍ୟ, ଅଧିକାଂଶ ବାହାର ଜିଲ୍ଲାରୁ ଆସି ନିଯୁକ୍ତ ହୁଅନ୍ତି, ଯାହାଦ୍ଵାରା ଜିଲ୍ଲାରେ ଶିକ୍ଷିତ ବେକାର ର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଜଣାଇଛନ୍ତି ।