ଶିରୁଳି ମହାବୀର ୨୬ ନିଯୋଗ ବିବାଦ ର ସମାଧାନ ବୈଠକ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ଶିରୁଳି ମହାବୀର ମନ୍ଦିର ବିବାଦର ସମାଧାନ ପାଇଁ ଏକ ସମନ୍ବୟ କମିଟି ବୈଠକ ଆଜି ଅପରାହ୍ନ ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଜିଲ୍ଲାପାଳ ଭବତାରଣ ସାହୁ, ଡେପୁଟି କମିଶନର ଦେବୋତ୍ତର ବିଭାଗ  ଅତିରିକ୍ତ ଏସ ପି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ପୋଲିସ ଏସ ଡି ପି ଓ କିଶୋର ଚନ୍ଦ୍ର ମୁଣ୍ଡ,ସଦର ତହସିଲଦାର କ୍ଷିରୋଦ କୁମାର ବେହେରା, ଚନ୍ଦନପୁର ଆଇଆଇସି ସୁମତୀ ମହାନ୍ତି,୨୬ ନିଯୋଗ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସର୍ବ ସମ୍ମତ କ୍ରମେ ନିଷ୍ପତ୍ତି ହେଲା ଯେ ପୂର୍ବ ବିବାଦ କୁ ଭୁଲି ପ୍ରତ୍ୟେକ ଏକ ହୋଇ ମହାବୀର ଙ୍କ କାର୍ଯ୍ୟକ୍ରମ ରେ ସହଯୋଗ କରିବେ । ଗ୍ରାମ ମଧ୍ୟରେ ଆଲୋଚନା ମାଧ୍ୟମରେ ସମସ୍ତେ ବିବାଦ ର ସମାଧାନ ହେବ ଓ ପୂର୍ବ ପରି ଭାଇଚାରା ବଜାୟ ରହିବ ।