ତାମିଲ୍ ଗୁଡା ଗ୍ରାମରେ ଆଦିବାସୀ ମାନେ ଆଜକୁ ୫୦ ବର୍ଷ ଧରି ଆନ୍ଦୋଳନ କରି ଆସୁଥିବା : ଜମି, ଜଳ,ଜଙ୍ଗଲଅଧିକାର ପଟ୍ଟା ନ ପାଇବା ଯୋଗୁଁ ଆସନ୍ତା

୨୩/୦୩/୨୦୨୩ ତାରିଖରେ ତହସିଲ୍ କାର୍ଯ୍ୟାଳୟ ଏବଂ ଗୋଷ୍ଟି ଉନ୍ନୟନ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଧାରଣା ବସିବା ନେଇ ନିଷ୍ପତ୍ତି ବ୍ଲକ୍ ସ୍ତରୀୟ ଏକ ବୈଠକ ।

୧୧ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ରାମନାଗୁଡା ବ୍ଲକ୍ ଅନ୍ତର୍ଗତଃ ଗୁଲଣ୍ଟି ଗ୍ରାମପଞ୍ଚାୟତ ତାମିଲ୍ ଗୁଡା ଗ୍ରାମରେ ବ୍ଲକ୍ ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଛି । ରାମନାଗୁଡା ବ୍ଲକର ଅନେକ ଅଞ୍ଚଳ ପୂର୍ବ ପୁରୁଷମାନେ ଆଦିମ ଆଦିବାସୀ ମାନେ ଡଙ୍ଗର,ପାହାଡ ଖୋଳି ଖୋଳି ସମତଳ କରି ଚାଷ ବାସ କରି ଆସୁଥିବା ଉକ୍ତ ଚାଷ ଜମି, ଜଙ୍ଗଲ ପାହାଡ ଜମିର ପଟ୍ଟା ବର୍ଷ ବର୍ଷ ଧରି ଆନ୍ଧୋଳନ କରି ଆସୁଛନ୍ତି ହେଲେ ଜମିର ପଟ୍ଟା ପାଇ ପାରୁ ନ ଥିବା ଜଣାପଡିଛି । ଉକ୍ତ ସମସ୍ୟାର ସମାଦାନ ପାଇଁ ସରକାର ଏବଂ ତହସିଲଦାର୍ କିଛି ଆକ୍ଷେପ ପଦକ୍ଷେପ ଗ୍ରହଣକରୁ ନାହାଁନ୍ତି ।ଏହି ସତ୍ୟ ପ୍ରକାଶ ଥାଉ କି ରାମନାଗୁଡା ବ୍ଲକ ର ଆଦିବାସୀ ମାନଙ୍କର ପରିଶ୍ରମ ଜମିଗୁଡିକ ଆନ୍ଦ୍ର ପ୍ରଦେଶର ଜମି ମାଲିକମାନେ ବେଆଇନ୍ ଭାବେ ଅଣ-ଆଦିବାସୀ ମାନେ ସରକାଙ୍କ କୋଳକୁ ହାତ କରି ଜମି ନେଇ ଯାଉଛନ୍ତି । ବର୍ତ୍ତମାନ୍ ସୁଦ୍ଧା ଅନେକ ଜମି ଆଦିବାସୀ ମାନଙ୍କ ଦଖଲରେ ରହିଅଛି । ଗୁଲଣ୍ଟି ଗ୍ରାମପଞ୍ଚାୟତର ତାମିଲ ଗୁଡା ଗ୍ରାମର ଆଦିବାସୀମାନେ ଆଜକୁ ୫୦ ବର୍ଷ ଧରି ଦଖଲ କରି ଆସୁଥିବା ଜମିକୁ ଆଦିବାସୀମାନଙ୍କ ପାଖରେ କୌଣସି ପଟ୍ଟା ନାହିଁ । ତେଣୁ ଜଙ୍ଗଲଜମି,ଚାଷ ଜମିର ପଟ୍ଟା ଅତି ଶୀଘ୍ର ଯୋଗାଇ ଦିଆଯାଉ । ଗୋଗୁ ପାଡୁ ଗ୍ରାମପଞ୍ଚାୟତର ଲାଉଗୁଡା ଗ୍ରାମରେ ରହିଥିବା ଏରିଆ ଭିତରେ ଆନ୍ଧ୍ର ପ୍ରଦେଶ କିଛି ଲୋକ ଓଡିଶା ଜମି ମଧ୍ୟ ହଳପ କରିଥିବା ଦେଖା ଦେଇଥିବା ବେଳେ ଲାଉଗୁଡା ଗ୍ରାମର ଆଦିବାସୀମାନଙ୍କ ମଧ୍ୟରେ ପଟ୍ଟା ଜମି ବଣ୍ଟନ କରି ଦିଆଯାଉ । କାକିଟି ଗ୍ରାମରେ ଆନ୍ଧ୍ର ପ୍ରଦେଶର ଜମିଦାରମାନେ ଆଦିବାସୀମାନଙ୍କ ଭୋଗ ଦଖଲ କରିଥିବା ଜମିକୁ ବେଆଇନ୍ ଭାବେ ରେଜିଷ୍ଟ୍ରେସନ୍ କରି ହଳପ କରି ଥିବା ଜମିକୁ କ୍ରାଇମବ୍ରାଞ୍ଚ ତଦାରକ କରି ତୁରନ୍ତ ଆଦିବାସୀମାନଙ୍କ ମଧ୍ୟରେ ଉକ୍ତ ଜମିକୁ ଦିଆଯାଉ ।ରାମନାଗୁଡା ବ୍ଲକ ର ତହସିଲଦାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ରହିଥିବା ଜଙ୍ଗଲଜମି, ଚାଷ ଜମି,ଘର ଡିହ ପଟ୍ଟା ଶୀଘ୍ର ପ୍ରଦାନ କରାଯାଉ । ଏବଂ ରାମନାଗୁଡା ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ରହିଥିବା ଜବ୍ କାର୍ଡ ଧାରୀମାନଙ୍କୁ ଜବ୍ କାର୍ଡ ଏବଂ ମନ ରେଗା (ଏମ୍ ଜି ଏନ୍ ଆର୍ ଇ ଜି ଏ) କାମ ୨୦୦ ଦିନର କାମ ଦୈନିକ ମୂଲ୍ୟ= ୬୦୦/- ଟଙ୍କା ମଜୁରୀ ଦିଆଯାଉ । ତଥ୍ ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସୂଚାଇ ରୂପେ କହୁ କି ଯେତେକ ଜବ୍ କାର୍ଡ ଧାରୀମାନଙ୍କ ପାସ୍ ବୁକ୍ ଖାତାକୁ ନ ଦେଇ ଠିକାଦାରମାନେ ଏହାକୁ ପୋଷ୍ଟାଲ୍ ଓ ଅନ୍ୟ କେତେକ ବ୍ୟାଙ୍କ ଗୁପ୍ତ ଖାତା ରଖି ଟଙ୍କା ହଳପ କରି ଠକୁଛନ୍ତି । ଏହା ତଦନ୍ତ କରି ତୁରନ୍ତ ଦୋଷୀମାନଙ୍କ ବିରୋଧରେ ଦୃଢ ନିଷ୍ଷତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।ଗୋଗୁପାଡୁ ଗ୍ରାମପଞ୍ଚାୟତର କେରାଣ୍ଡିଗୁଡା ଗ୍ରାମରେ ଯେଉଁ ବ୍ରିଜ୍ ନିମନ୍ତେ ଅନେକ ଅଫିସିଆଲ୍ କାର୍ଯ୍ୟାଳୟରେ ଦରଖାସ୍ତ ଦାକଲ କରିବା ସତ୍ତ୍ବେ କାର୍ଯ୍ୟକାରୀ ହୋଇପାରୁ କାହିଁକି ? ପ୍ରଶାସନ ଏହାର ଅତି ଶୀଘ୍ର ତଦାରକ କରି ସୁ-କାର୍ଯ୍ୟରେ କାର୍ଯ୍ୟକାରୀ କରିବା ନେଇ ଗ୍ରାମବାସୀ ଗୁହାରୀ କରିଥିବା ଜଣାପଡିଛି । ଆଜିର ଉକ୍ତ ବୈଠକ ନେଇ ଆସନ୍ତା ଚଳିତ ମାସ ମାର୍ଚ୍ଚ ୨୩ ତାରିଖ ୨୦୨୩ ଠାରୁ ରାମନାଗୁଡା ବ୍ଲକ୍ ଏବଂ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଧାରଣା ବସିବା ନେଇ ନିଷ୍ପତ୍ତି ଚିର ଧାର୍ଯ୍ୟ କରିଛନ୍ତି ଗ୍ରାମବାସୀ । ଉକ୍ତ ବୈଠକରେ ଦାସୁରୁ ପାତିକା,ଶାନ୍ତି ମାଣ୍ଡାଙ୍ଗି,ହରିସ୍ ଚନ୍ଦ୍ର ନିମାଲା,ଗୁୟୁଡୁ ଶବର,ସନ୍ୟା ଶବର,ଏଲିୟ ବିଡିକା,ରମେଶ ବିଡିକା,ମଜେସ୍ ବିଡିକା,ଗୋବିନ୍ଧ ପାତିକା,ସି ପି ଆଇ (ଏମ୍ ଏଲ୍) ଲିବରେସନ୍ ର ସମ୍ପାଦକ ଶ୍ରୀ-ତ୍ରୀପତି ଗମାଙ୍ଗ ଉପସ୍ଥିତ ରହିଥିଲେ ।