ବରଗଡ଼ ଗୁଳିକାଣ୍ଡ ଘଟଣା : ଉଚ୍ଚତର ଚିକିତ୍ସା ପାଇଁ ଆହତଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର

୧୦ ମାର୍ଚ୍ଚ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ପୂର୍ବ ଶତୃତାକୁ କେନ୍ଦ୍ର କରି ଗତକାଲି ରାତିରେ ଘଟିଥିବା ଗୁଳିକାଣ୍ଡ ଘଟଣା ଗୁରୁତର ଆହତଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର । ଏହି ଘଟଣାରେ ସମ୍ପୃକ୍ତଥିବା ୮ ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ବରଗଡ଼ ପୁଲିସ ଗିରଫ କରିଛି ।

ସୂଚନା ମତେ କୁଳିକାଣ୍ଡ ଘଟଣାରେ ଜଗନ୍ନାଥ କର୍ଣ୍ଣା ଓ ଲଖନ ସାହୁ ଗୁରୁତର ଆହତ ହୋଇଥିବା ବେଳେ ଜଗନ୍ନାଥଙ୍କ ସ୍ଵାସ୍ଥ୍ୟବସ୍ଥା ଅବନତି ଘଟିବାରୁ ଉଚ୍ଚତର ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଏଥିରେ ସଂପୃକ୍ତ ଥିବା ୮ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ସେଥିମଧ୍ୟରୁ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ପ୍ରମୋଦ ମଲ୍ଲିକ ଓ ବିଷ୍ଣୁ ମହାପାତ୍ର । ସେହିପରି ଫେରାର ଥିବା ୬ ଜଣଙ୍କୁ ପୁଲିସ ଖୋଜୁଛି ।