ନିଖିଳ ଓଡ଼ିଶା ଆଶା କର୍ମୀ ସ଼ଂଘ ପାଟଣାଗଡ଼ ଶାଖ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଦାବି ପୂରଣ ନହେଲେ ୧୫ ରେ ବିଧାନ ସଭା ଘେରାଉ ଚେତାବନୀ 

୧୦ ମାର୍ଚ୍ଚ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ନିଖିଳ ଓଡ଼ିଶା ଆଶା କର୍ମୀ ସ଼ଂଘ ପାଟଣାଗଡ଼ ଶାଖା ପକ୍ଷରୁ ବିଭିନ୍ନ ସମସ୍ୟା ର ସମାଧାନ ନେଇ ଏକ ୫ ଦଫା ସମ୍ବଳିତ ଦାବିପତ୍ର ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ ରତ ଡାକ୍ତର ଅଜିତ କୁମାର ମେହେର ଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଦାବି ଗୁଡ଼ିକ ପୁରଣ ନହେଲେ ୧୫ ରେ ବିଧାନ ସଭା ଘେରାଉ କରିଯିବ ବୋଲି ସଂଘ ର ପାଟଣାଗଡ଼ ଶାଖା ସଭାନେତ୍ରୀ ଲଲିତା ବାଗ ,

ଉପସଭାନେତ୍ରୀ ଆନନ୍ଦିନୀ ବିଶ୍ଵାଳ,ସଂପାଦିକା ଉର୍ବଶୀ ସାହୁ ଙ୍କ ଠାରୁ ଜଣାପଡିଛି । ଦାବି ଗୁଡ଼ିକ ମଧ୍ୟରେ ମାସିକ ଭତ୍ତା ଧାର୍ଯ୍ୟ କରିବା , ୩ ହଜାର ୫ ଶହ ଟଙ୍କା ସୁନିଶ୍ଚିତ ମାସିକ ଭତ୍ତା ଓ ୨ହଜାର ୩ ଶହ ଟଙ୍କା ମାସିକ ପ୍ରୋତ୍ସାହନରାଶି ପ୍ରଦାନ କରିବା ସହ ଆର୍ ଏମ୍ ଏସି, ଏ.ଏଚ୍,ଏନଡିସିପି,ଏନସିଡି ସହ ଅନ୍ୟାନ୍ୟ ଧାର୍ଯ୍ୟ କାର୍ଯ୍ୟ ରେ ଧାର୍ଯ୍ୟ କାର୍ଯ୍ୟ ଅର୍ଥ କ୍ରମିକ ସଂଖ୍ୟା ୨,୩,୮,୧୪,୧୫,୧୬,୨୩ ,୩୩ କୁ ସୁନିଶ୍ଚିତ ଭତ୍ତା ରେ ସାମିଲ କରିବା ସହ ସମସ୍ତ ପ୍ରୋତ୍ସାହନ ରାଶି କୁ ବୃଦ୍ଧି କରିବା ।

ଜାତୀୟ ଶ୍ରମ ସମ୍ମିଳନୀ ନିଷ୍ପତ୍ତି ଅନୁସାରେ ସେମାନଙ୍କୁ ୱ।ର୍କର ମାନ୍ୟତା ପ୍ରଦାନ କରିବା , ମାସିକିଆ ଭତ୍ତା ଧାର୍ଯ୍ୟ ସହ ସର୍ବ ନିମ୍ନ ମାସିକ ଭତ୍ତା ୨୬ ହଜାର ଟଙ୍କା ପ୍ରଦାନ କରିବା , ଚାକିରି ସମୟ ସୀମା ୬୫ ବର୍ଷ କୁ ବୃଦ୍ଧି କରିବା ବୋଲି ଦାବି ପତ୍ର ରେ ଉଲ୍ଲେଖ ରହିଛି । ଦାବି ପ୍ରଦାନ ସମୟରେ ସଂଘର ସମସ୍ତ ଆଶାକର୍ମୀମାନେ ଉପସ୍ଥିତ ଥିଲେ ।