ପାରଳାଖେମୁଣ୍ଡି ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ସତ ବାର୍ଷିକୀ ଉତ୍ସବ ମହାସମାରୋହରେ ପାଳିତ

୦୨ ମାର୍ଚ୍ଚ, ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ସତ ବାର୍ଷିକୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଉଚ୍ଚ ବିଦ୍ୟାଳୟ ପରିସରରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ନୂତନ ପ୍ରତିମୂର୍ତ୍ତିର ଉନ୍ମୋଚନ କଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଯୁବରାଣି କଲ୍ୟାଣି ଗଜପତି। ପରେ ଟାଉନହଲ ପରିସରରେ ସତ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶ୍ରୀମତୀ ଶୈଳବାଳା ପାଢ଼ୀ ସମ୍ମାନୀତ ଅତିଥି ଭାବେ ଶ୍ରୀମତୀ ସ୍ୱରାଜ୍ୟ ଲକ୍ଷ୍ମୀ, ଶ୍ରୀମତୀ ନିର୍ମଳା ପଣ୍ଡା ବିଧାୟକ ପ୍ରତିନିଧି ଆଦର୍ଶ ଦାସ, ସଭାପତି କଳ୍ପନା ବେହେରା, ସମ୍ପାଦିକା ଡକ୍ଟର ଭାରତୀ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ।ମୁଖ୍ୟ ଅତିଥି ମାନ୍ୟବର ବ୍ରହ୍ମ ପୁର ସାଂସଦ ଚନ୍ଦ୍ର ଶେଖର ସାହୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।ଏକ ମିନିଟ ନିରବ ପ୍ରାର୍ଥନା କରାଯିବା ପରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା।ଅତିଥି ପରିଚୟ ପ୍ରଦାନ ପରେ ସମ୍ପାଦିକା ଅଧ୍ୟାପିକା ଭାରତୀ ପାଣିଗ୍ରାହୀ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ନିଜର ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅତିଥି ମାନଙ୍କ ଦ୍ଵାରା ସ୍ମରଣୀକା ପୁସ୍ତକ ଉନ୍ମୋଚନ କରାଯାଇଥିଲା। ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ ଓ ସମ୍ବର୍ଦ୍ଧନା କରାଯିବା ସହ ଏ ଅବସରରେ ପୂର୍ବତନ ଶିକ୍ଷୟତ୍ରୀ ଜମ୍ବୁବତି ଗୌଡଙ୍କୁ ମଧ୍ୟ ମାନ ପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା।ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ପରେ ଧନ୍ୟବାଦ ଅର୍ପଣ କରାଯାଇ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ଵାରା ସଂ।ସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପୋରକ୍ତ ସମସ୍ତ କାର୍ଯ୍ୟକ୍ରମ କୁ ଗୀତା ରାଣୀ ଦାସ ପରିଚାଳନାକରିଥିଲେ