ଚିକିତ୍ସା କରାଇଦେବାକୁ କହି ଲୁଟିନେଲେ ଟଙ୍କା ଓ କାର୍ଡ

୨୨ ଫେବୃଆରୀ ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ଭଦ୍ରକ :- ରାସ୍ତାରେ ଭେଟିଲେ, ବାଇକ ରେ ଆଣିଲେ , ଚିକିତ୍ସା ପାଇଁ ମେଡିକାଲ ନେବାକୁ କହି ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ନେଇଗଲେ । ପରେ ନିକାଞ୍ଚନ ସ୍ଥାନରେ ଛାଡି ଚାଲିଗଲେ । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ ।

ଭଦ୍ରକ ଟାଉନ ଥାନା ରେ ଲିଖିତ ଏତଲା ଅନୁଯାୟୀ ଚାନ୍ଦବାଲି ବ୍ଲକ ମତୋ ଅଞ୍ଚଳର ସୁବାସିନୀ ପତି ଓ ସୁବାଷ ଚନ୍ଦ୍ର ପତି ଏକ ଘରୋଇ ଡାକ୍ତରଖାନାରେ ଆଖି ଚିକତ୍ସା ପାଇଁ ଆସିଥିଲେ । ଏହି ସମୟ ରେ ଜନୈକ ବ୍ୟକ୍ତି ନିଜକୁ ଶିକ୍ଷକର ପରିଚୟ ଦେଇ ମେଡିକାଲ ନେବାକୁ କହି ବାଇକରେ ଆଣିଥିଲେ ।

ତେବେ ଚିକିତ୍ସା ପାଇଁ ୧୫ ସହ ଟଙ୍କା, ବିଜୁ ସ୍ୱାସ୍ଥ୍ୟ କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ନେଇ ଏକ ନିକାଞ୍ଚନ ସ୍ଥାନରେ ବସାଇ ପଳାଇଥିଲେ । ଏବେ ଵୃଦ୍ଧ ଦମ୍ପତ୍ତି ଦୀର୍ଘ ସମୟ ଅପେକ୍ଷା ପରେ ସେହି ସ୍ଥାନରେ ବସି କାନ୍ଦୁଥିବା ବେଳେ ସ୍ଥାନୀୟ ଯୁବକ ମାନେ ତାଙ୍କୁ ନେଇ ଭଦ୍ରକ ଟାଉନ ଥାନା ରେ ଏତଲା କରାଇଥିଲେ ।