ବେଦାନ୍ତ ଆଲୁମିନିୟମ ମେକ ଇନ ଓଡ଼ିଶା ୨୦୨୨ରେ ପରିଦର୍ଶକଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ କମ୍ପାନିର ଷ୍ଟଲ ଜରିଆରେ ଏହାର କାର୍ଯ୍ୟ ବୈଶିଷ୍ଟ ଗୁଡ଼ିକୁ ପ୍ରଦର୍ଶିତ କରାଯିବ

୨୯ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଭାରାତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ମେକ ଇନ ଓଡ଼ିଶା ୨୦୨୨ ସମାରୋହରେ ଓଡ଼ିଶବାସୀଙ୍କୁ ଏହାର ଷ୍ଟଲ ପରିଦର୍ଶନ କରିବାକୁ ଆମନ୍ତ୍ରଣ କରି ନିଜକୁ ସୌଭାଗ୍ୟ ମନେ କରୁଛି । ଓଡ଼ିଶାର ପୁଞ୍ଜି ନିବେଶ ଇଭେଂଟରେ କମ୍ପାନି ଏହାର ଉତ୍ପାଦନର ଉତ୍କର୍ଷତାକୁ ପୁଣିଥରେ ଉପସ୍ଥାପନ କରିବାକୁ ଅପେକ୍ଷା କରିଛି, ଯାହା ବିଶ୍ୱର ଉତ୍ପାଦନ ଲକ୍ଷ୍ୟସ୍ଥଳ ଭାବେ ରାଜ୍ୟ ପାଇଁ ବିକାଶର ସମ୍ଭାବନାକୁ ପ୍ରମାଣିତ କରୁଛି । ଏହା ମଧ୍ୟ ଏକ ଦୃଢ ଉତ୍ପାଦନ ଓ ଗୁଣାତ୍ମକ ଆଲୁମିନିୟମ ଯୋଗାଣ ଶକ୍ତି ଉପରେ ନିର୍ମିତ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବାକୁ ପ୍ରୟାସୀ ।ସମାରୋହରେ ବେଦାନ୍ତ ଷ୍ଟଲ ପରିଦର୍ଶକଙ୍କୁ ଏକ ରୋମାଂଚକର ଓ ଇମରସିଭ ବ୍ରାଣ୍ଡ ଅଭିଜ୍ଞତା ପ୍ରଦାନ କରିବ । ଅତୀତର କଳା ପ୍ରତିପୋଷଣ ଠାରୁ ଆରମ୍ଭ କରି ଭବିଷ୍ୟତର ଧାତୁରେ ବିନିଯୋଗ ପର୍ଯ୍ୟନ୍ତ ବିଷୟବସ୍ତୁ ସହିତ ଷ୍ଟଲ ହାଉସ ଭିଆର କେନ୍ଦ୍ର, କାରିଗର ଫଟୋଗ୍ରାଫ ଓ ଅନ୍ୟାନ୍ୟ ବସ୍ତୁ ନିଶ୍ଚିତ ଭାବେ ବିଭିନ୍ନ ବର୍ଗର ଲୋକମାନଙ୍କୁ ଆକର୍ଷିତ କରିବ । ଛାତ୍ର, ସିଇଓ ବା ଗୃହ ନିର୍ମାଣକାରୀ ହୁଅନ୍ତୁ ସମସ୍ତଙ୍କ ପାଇଁ ଏଠାରୁ ଏକ ସ୍ମରଣୀୟ ଅନୁଭୂତି ମିଳିପାରିବ । କଂପାନି ମଧ୍ୟ ବହୁ ଅଗ୍ରଣୀ ବିଦ୍ୟାଳୟ ଓ କଲେଜକୁ ବିଶେଷ ନିମନ୍ତ୍ରଣ କରିଛି ।

ଶ୍ରୀ ରାହୁଲ ଶର୍ମା, ସିଇଓ-ବେଦାନ୍ତ ଆଲୁମିନିୟମ କହିଛନ୍ତିଯେ-ଚାରି ବର୍ଷ ପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଅଂଶ ହୋଇଥିବାରୁ ଆମେ ଆନନ୍ଦିତ । ଆମେ ଓଡ଼ିଶାର ଲୋକ, ଆମର ଗ୍ରାହକ, ଅଂଶୀଦାର ଓ ସମସ୍ତ ଶୁଭେଛୁମାନଙ୍କୁ ଆମର ଷ୍ଟଲ ପରିଦର୍ଶନ କରିବାକୁ ସାଦର ଆମନ୍ତ୍ରଣ କରୁଛୁ । ରାଜର ଜୀବନ୍ତ ସଂସ୍କୃତି, ଆଲୁମିନିୟମ ଉତ୍ପାଦନର ଜଟିଳ ପ୍ରକ୍ରିୟା ଓ ମେକ ଇନ ଇଣ୍ଡିଆର ଲକ୍ଷ୍ୟ ପୂରଣ ଦିଗରେ ଆମେ ବିଶ୍ୱରେ କୀର୍ତି ସ୍ଥାପନ କରିବାକୁ ଆଶାୟୀ ।

ବିଶ୍ୱର ଯେକୌଣସି ସ୍ଥାନରେ ବେଦାନ୍ତର ବୃହତ ବିନିଯୋଗ ହେଉଛି ଓଡ଼ିଶାରେ । ସାରା ବିଶ୍ୱରେ କମ୍ପାନିର ମେଗା ଆଲୁମିନିୟମ ସ୍ମେଲଟର ବିଶ୍ୱ ବ୍ୟାପୀ ସର୍ବ ବୃହତ ଏକକ ସ୍ମେଲଟର ଅଟେ । ବେଦାନ୍ତ ଆଲୁମିନିୟମ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଏକ ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀ ପ୍ରତିଷ୍ଠା କରିଛି । କମ୍ପାନି ଏହାର କାର୍ଯ୍ୟକ୍ର୍ରମରେ ଆଲୁମିନିୟମ ଉତ୍ପାଦଗୁଡ଼ିକର ବୃହତ ରେଂଜ ପ୍ରସ୍ତୁତ କରିଥାଏ, ଯାହାକି ଭାରତ ଓ ପ୍ରାୟ ୫୦ଟି ଦେଶର ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଇଥାଏ ।

ଏହି ପୁଞ୍ଜି ବିନିଯୋଗ ଓଡ଼ିଶା ଓ ଏହାର ଲୋକଙ୍କ ସହିତ ଦୀର୍ଘ ସଂପର୍କକୁ ମାନ୍ୟତା ଦେଇଥାଏ । ବେଦାନ୍ତ ଆଲୁମିନିୟମ ଏହି ସହଭାଗୀତାକୁ ଆଗାମୀ ବର୍ଷରେ ଅଧିକ ଉଚ୍ଚତାକୁ ନେବାକୁ ଚାହୁଁଛି । ଏଥିପାଇଁ ସମାରୋହରେ କମ୍ପାନିର ଏକ ପ୍ରମୁଖ ଘୋଷଣା ରହିଛି ଯାହା ଭାରତୀୟ ଆଲୁମିନିୟମ ଉଦ୍ୟୋଗ ପାଇଁ ଏକ ନୂତନ ପାଠ୍ୟକ୍ରମ ଆରମ୍ଭ କରିବ ବୋଲି କଂପାନି ପ୍ରତିଶ୍ରୁତି ଦେଇଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।