ବୈପାରିଗୁଡା ଏସ୍‌ୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ନଭେମ୍ବର ବିପ୍ଲବ ଦିବସ ପାଳିତ

୧୪ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ) ବୈପାରିଗୁଡା :- ବୈପାରିଗୁଡା ସ୍ଥିତ ଏସ୍‌ୟୁସିଆଇ କମ୍ୟୁନିଷ୍ଟ କାର୍ଯ୍ୟାଳୟ ପରିସର ଠାରେ କମ୍ୟୁନିଷ୍ଟ ସମର୍ଥକ ମାନଙ୍କୁ ନେଇ ନଭେମ୍ବର ବିପ୍ଲବ ର ୧୦୫ ତମ ବାର୍ଷିକୀ ଦିବସ ସଭା ଅନୁଷ୍ଟିତ ହୋଇଯାଇଛି । ଏହି ସଭାରେ କୋରାପୁଟ ଜିଲ୍ଲା ସମ୍ପାଦକ କମ୍ରେଡ କାହ୍ନୁ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଟିତ ନଭେମ୍ବର ବିପ୍ଲବ ଦିବସ କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ଏସ୍‌ୟୁସିଆଇ ରାଜ୍ୟ କମିଟି ସଦସ୍ୟ କମ୍ରେଡ ଅଶୋକ ମିଶ୍ର ଯୋଗଦାନ କରିଥିଲେ ।ସଭା ଆରମ୍ଭ ପୂର୍ବରୁ ପ୍ରଥମେ ଲେଳିନ ଓ ଷ୍ଟାଲିନଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅପର୍ଣ କରି ବିପ୍ଲବୀ ସଙ୍ଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏସ୍‌ୟୁସିଆଇ ରାଜ୍ୟ କମିଟି ସଦସ୍ୟ କମ୍ରେଡ ଅଶୋକ ମିଶ୍ର ଯୋଗଦାନ କରି ଅନ୍ୟ କମ୍ରେଡ ଭାଇ ଭଉଣୀ ମାନଙ୍କୁ କହିଥିଲେ ଯେ ନଭେମ୍ବର ବିପ୍ଲବ ର ତାତ୍ପର୍ଯ୍ୟ ଓ ବିଶ୍ୱ ବକ୍ଷରେ ଶୋଷଣ ବିହିନ ପ୍ରଥମ ସମାଜ ତାନ୍ତ୍ରୀକ ରାଷ୍ଟ୍ର ପ୍ରତିଷ୍ଠା କରିବାରେ ମହାନ ବିପ୍ଲବ ଭି.ଆଇ ଲେଲିନ ଓ ଷ୍ଟାଲିନଙ୍କ ଭୂମିକା ଅତୁଳନୀୟ ଅବଦାନ ତଥା ମାର୍କସବାଦର ଜୟ ଯାତ୍ରା ବିଶଦ ଆଲୋଚନା କରିଥିଲେ । ଅନ୍ୟତମ ବକ୍ତା ଭାବେ ସୁର୍ଯ୍ୟ ନାରାୟଣ ବିଶୋଇ ନଭେମ୍ବର ବିପ୍ଲବ ର ୧୦୫ ତମ ବାର୍ଷିକୀ ପାଳନ କରିବା ଉଦେଶ୍ୟ ବିଷୟରେ ବୁଝାଇଥିଲେ । ଏହି ନଭେମ୍ବର ବିପ୍ଲବ ର ୧୦୫ ତମ ବାର୍ଷିକୀ ଉତ୍ସବରେ ଶତାଧିକ ସମର୍ଥକ ଯୋଗଦାନ କରିଥିବାର ଦେଖିବାକୁ ମିଳିଛି ।