ଏମପିଭି ୬୫ ରେ ନୂତନ ଶ୍ରେଣୀ ଗୃହ ଉଦ୍ଘାଟନ

ଓଡ଼ିଶା ତାଜା ନ୍ୟୁଜ (୨୭ ଅଗଷ୍ଟ ଶନିବାର ) ମାଲକାନଗିରି :- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ତିଗଲ ଗ୍ରାମପଞ୍ଚାୟତ ଏମପିଭି ୬୫ ଠାରେ ୭୦ଲକ୍ଷ୍ୟ ୪୮ ହଜାର ଟଙ୍କା ବ୍ୟବଧାନରେ। ନୂତନ ଶ୍ରେଣୀ ଗୃହ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋବିଡ଼ ଲାଗି ଦୁଇ ବର୍ଷ ଧରି ନିର୍ମାଣ ହୋଇଥିବା ଅତିରିକ୍ତ ଶ୍ରେଣୀ ଗୃହ ଲୋକାର୍ପଣ କରିବା ସମ୍ଭବକର ହୋଇପାରି ନଥିବା ବେଳେ। ଏହି ବାବଦରେ ଗ୍ରାମ ବାସି ସାଂସଦ ଙ୍କୁ କିଛିଦିନ ତଳେ ଅବଗତ କରାଇଥିଲେ। ଆଜି ମାନ୍ୟବର ସାଂସଦ ନବରଙ୍ଗପୁର ଶ୍ରୀ ରମେଶ ଚନ୍ଦ୍ର ମାଝୀ ନିଜ କରକମଳରେ ଏହି ନୂତନ ଶ୍ରେଣୀ ଗୃହକୁ ଲୋକାର୍ପଣ କରିବା ସହ।

ବିଦ୍ୟାଳୟଟିକୁ ସ୍ମାର୍ଟ ସ୍କୁଲ ମାଧ୍ୟମରେ ଉପଭୁକ୍ତ କରି ରୂପାନ୍ତରଣ କରିବାଲାଗି ଉପସ୍ଥିତ ଥିବା ବିଦ୍ୟାଳୟ କତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି।ଉକ୍ତ ଲୋକାର୍ପଣ କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ପୂର୍ବତନ ବିଧାୟକ ମାନସ ମାଡକାମୀ, ଯୋଗ ଦେଇଥିବା ବେଳେ, ମଞ୍ଚ ପରିଚାଳନା କାଲିମେଳା ବ୍ଳକ ସଭାପତି ଶରତ ଚନ୍ଦ୍ର ବିଶ୍ୱାଳ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ସମ୍ପଦକ ବିଶ୍ୱନାଥ ରେଡି,

ଜିଲ୍ଲା ଉପ ଅଧକ୍ଷ ପତିତ ପାବନ ବୈଦ୍ୟ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ମମତା ପଡିଆମୀ, ପ୍ରିୟା ମାଡ଼ି, କାଲିମେଳା ବ୍ଳକ ସାଂସଦ ପ୍ରତିନିଧି ଈ. ଭେଙ୍କେଟ ରାଓ, ଭାସ୍କର ରାଓ, ରୁଦ୍ର ପାତ୍ର, କମା ପ୍ରଧାନ, ବାବୁ ମୁସଜିଦ, ଅନୁପ ମିସ୍ତ୍ରୀ, ଶଙ୍କର ହାଲଦାର, ସୁଯେନ ମିସ୍ତ୍ରୀ, ବିଷ୍ଣୁ ପଦ ମଣ୍ଡଳ, କାର୍ତିକ ଦେବନାଥ, ଗଙ୍ଗା ମାଡି, ରାହୁଲ ରାଓ, ଚିରଞ୍ଜିତ ଵାଲା, ଉପସ୍ଥିତ ଥିଲେ। ଏବଂ ବହୁ ସଂଖ୍ୟାରେ ସ୍ଥାନୀୟ ନେତୃମଣ୍ଡଳୀ, ଗୁରୁଜନ ଓ ଛାତ୍ର ଛାତ୍ରୀ ସାଂସଦ ଙ୍କୁ କୃତଜ୍ଞତା ଜଣେଇଥିଲେ।