ଜୟ ମା ଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ – ମାଲକାନଗିରି

ଓଡ଼ିଶା ତାଜା ନ୍ୟୁଜ୍/୧୭ ଜୁନ ଶୁକ୍ରବାର/ମାଲକାନଗିରି :- ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡା ଗ୍ରାମ ପଞ୍ଚାୟତର ଏମ.ଭି ୯ ଗ୍ରାମ ଠାରେ ଜୟ ମା ଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳ ୧୬ ଟି ଟିମ୍ କୁ ନେଇ ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ପ୍ରଥମ ଦିନରେ ପାଣ୍ଡ୍ରିପାଣି ଟିମ୍ ଓ ଏମ୍ ଭି ୯ ଟିମ୍ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପାଣ୍ଡ୍ରିପାଣି ଟିମ୍ ୧୧୭ ରନରେ ବିଜୟ ଲାଭ କରିଛି । ଆଜିର ଏହି ଜୟ ମା ଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଜୁ ଜନତା ଦଳର ପୁର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ଯୋଗ ଦେଇ ଶୁଭ ଉଦ୍ଘାଟନ କରିଛନ୍ତି ।

ଏହି ଖେଳରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର,ସ୍ଥାନୀୟ ସରପଞ୍ଚ ପାଣ୍ଡ୍ରି ପଡିଆମି,ୱାର୍ଡ଼ ମେମ୍ବର ବିଶ୍ୱଜିତ ବିଶ୍ୱାସ,ଗ୍ରାମ ସଭାପତି ଅମଲ ସର୍ଦ୍ଦାର,ସମାଜସେବି ତଥା ଯୁବ ବିଜେଡି ନେତା କିଶୋର ଚନ୍ଦ୍ର ଶିଖଦାର,ଭାରତ ସରକାର,ଲକ୍ଷ୍ମନ ସରକାର,ବୁଟି ମାଡକାମି,ନିରଞ୍ଜନ ସରକାର, ଜୟ ମା ଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟର ସଭାପତି ରାଜୁ ଅଧିକାରି,ଜୟ ମା ଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟର ସମ୍ପାଦକ ନିମାଇ କୀର୍ତନୀୟ ପ୍ରମୁଖ ଉପସ୍ଥିତ ଥିଲେ ।