ନୂଆଗାଁ ବ୍ଲକ୍ ରେ ସହଯୋଗ ତାଲିମ୍ ଶିବିର ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ /୨୫ ମଇ ବୁଧବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ୧୩ ଟି କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟରେ ସହଯୋଗ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ୩ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ତାଲିମ୍ ଶିବିର ରେ ପ୍ରତ୍ୟେକ ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ ସଭ୍ୟା ମାନେ ନିଜ ବିଦ୍ୟାଳୟରେ ସହଯୋଗ ତାଲିମ୍ ଗ୍ରହଣ କରିଥିଲେ ।

ପ୍ରତ୍ୟେକ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଆର୍ ପି ଭାବେ ବିଦ୍ୟାଳୟ ର ଭୌତିକ , ବୌଦ୍ଧିକ ବାତାବରଣ ଏବଂ ସାଂଗଠନିକ ବାତାବରଣ,ଶିକ୍ଷା ଓ ଶିଶୁ ଅଧିକାର ନିୟମ,ଆଦର୍ଶ ବିଦ୍ୟାଳୟ ପରିକଳ୍ପନା ଆଦି ଉପରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ତାଲିମ୍ ପ୍ରଦାନ କରିଥିଲେ । ନୀଳାଦ୍ରି ପୁର କ୍ଲଷ୍ଟର ସି ଆର୍ ସି ସି ବିଜୟ କୁମାର ବେହେରା,

ସମ୍ପଡ଼ା କ୍ଲଷ୍ଟର ସି ଆର୍ ସି ସି ନରେନ୍ଦ୍ର ବେହେରା,ନୂଆଗାଁ କ୍ଲଷ୍ଟର ସି ଆର୍ ସି ସି କୈଳାଶ ନାୟକ , ସିମିଳି ସାହି କ୍ଲଷ୍ଟର ସି ଆର୍ ସି ସି ନିମେଇ ଚରଣ ସାହୁ ପ୍ରମୁଖ ତାଲିମ ଶିବିର ପରିଦର୍ଶନ କରିବା ସହ ସହଯୋଗ ତାଲିମ ର ଉଦ୍ଦେଶ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ  । ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନା ରାଣୀ ସେଠୀ ସହଯୋଗ ତାଲିମ ଶିବିର ପରିଦର୍ଶନ କରି ତାଲିମ ର ସଫଳତା ଉପରେ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ ।