ବୈପାରିଗୁଡା ପୋଲିସର ଗଞ୍ଜେଇ ଚଢାଉରେ ୨ଟି ବାଇକ ସହ ୪ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ /୨୩ ମଇ ସୋମବାର/ବୈପାରିଗୁଡା :- ବୈପାରିଗୁଡା ପୋଲିସ କୌଣସି ସୂତ୍ରରୁ ଖବର ପାଇ ରାଚି-ବିଜୟୱାର୍ଡା ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବା ସମୟରେ ୨ ଟି ବାଇକରେ ୨ ବ୍ୟକ୍ତି ଓ ୨ ଜଣ ମହିଳା ଆସୁଥିବା ବେଳେ ସେମାନଙ୍କୁ ସନ୍ଦେହ କରି ପୋଲିସ କର୍ମଚାରୀ ମାନେ ଅଟକାଇବା ସହି ଗାଡିରେ ଥିବା ବସ୍ତାକୁ ଯାଂଚ କରିବା ସମୟରେ ଜାଣିବାକୁ ପାଇଲେ ଯେ ବସ୍ତା ଭିତରେ ଗଞ୍ଜେଇ ରହିଛି । ପୋଲିସ ଗଞ୍ଜେଇ ଚୋରାଚାଲାଣ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଥିବା ବେଳେ ଗଞ୍ଜେଇ ବେପାରୀ ମାନେ ନୁଆ ନୁଆ ତରିକା ଅବଲମ୍ବନ କରି ଗଞ୍ଜେଇ ଚୋରାଚାଲାଣ କରୁଥିଲେ ମଧ୍ୟ ବୈପାରିଗୁଡା ଥାନାକୁ ଆସିଥିବା ଡିଏସପି ବିରଂଚି ନାରାୟଣ ଜଗତ ହାତରୁ ଖସି ଯିବାରେ ସକ୍ଷମ ହୋଇପାରୁ ନାହାନ୍ତି ଗଞ୍ଜେଇ ବେପାରୀ ଏବଂ ରକ୍ଷା ପାଇପାରୁ ନ ଥିବାର ଦେଖାଯାଉଛି ।

ଜବତ ହଣ୍ଡୋ ସାଇନ୍ ବାଇକ ନଂ ଏମପି ୧୭ ଏନବି ୨୭୨୨ ହୋଇଥିବା ବେଳେ ଆଉ ଏକ ହଣ୍ଡୋ ସାଇନ୍ ବାଇକରେ ନମ୍ବର ନଥିବାର ଦେଖିବାକୁ ମିଳିଛି । ଏହି ଘଟଣାରେ ୨ ବ୍ୟକ୍ତିଙ୍କ ସହ ୨ ମହିଳା ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୫୯ କେଜି ଗଞ୍ଜେଇ ଜବତ କରାଯାଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ଥାନା ଅଧିକାରୀ ତଥା ଡିଏସପି ବିରଂଚି ନାରାୟଣ ଜଗତ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ଗିରଫ ୨ ଜରଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ଚାଲିଥିବା ନେଇ ସୂଚନା ପ୍ରଦାନ କରିଥିଲେ ଥାନା ଅଧିକାରୀ ତଥା ଡିଏସପି ବିରଂଚି ନାରାୟଣ ଜଗତ । ପ୍ରତ୍ୟେକ ବର୍ଷ ବୈପାରିଗୁଡା ଥାନା ଅଂଚଳରେ ବିପୁଳ ପରିମାଣର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଥିବା ବେଳେ ପଢେଶୀ ବ୍ଳକରୁ ବେପାରୀ ମାନେ ଗଞ୍ଜେଇ କିଣି ବୈପାରିଗୁଡା ଥାନା ଦେଇ ଛତିଶଗଡ ଚାଲାଣ କରୁଥିବା ବେଳେ ତାହାକୁ ମଧ୍ୟ ରୋକିବାରେ ବୈପାରିଗୁଡା ପୋଲିସ ବଡ ସଫଳତା ହାସଲ କରିଛି । ଏତେ ପରିମାଣର ଗଞ୍ଜେଇ ଚାଲାଣର କିଙ୍ଗପିନ୍ କିଏ ଏହି ଚାଲାଣ ପଛରେ ଆଉ କାହାର ସଂମ୍ପୃକ୍ତି ଅଛି ତାହାକୁ ମଧ୍ୟ ପୋଲିସ ଧରିବା ପାଇଁ ଜୋରଦାର ଭାବେ ତଦନ୍ତ ଚାଲିଥିବାର ଶୁଣିବାକୁ ମିଳେ ।