ପାରଳାଖେମୁଣ୍ଡି ଅବକାରୀ ବିଭାଗ ଦ୍ଵାରା ଏସାର ପେଟ୍ରୋଲ ପମ୍ପ ନିକଟରୁ ୨୦ ଦେଶୀ ରନ୍ଧା ମଦ ଜବତ ଜାଣେ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ /୧୮ ମଇ ବୁଧବାର / ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ତତ୍ବାବଧାନରେ ଅବକାରୀ ବିଭାଗର ଦ୍ଵାରା କରାଯାଉଥିବା ପେଟ୍ରୋଲିଂକୁ ବ୍ୟବସ୍ଥା ଓ ଅବକାରୀ ଚଢଉକୁ ଯୋରଦାର କରାଯାଇଛି | ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଅବକାରୀ ସଦର ଥାନା ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ଏସାର ପେଟ୍ରୋଲ ପମ୍ପ ନିକଟସ୍ଥ ଢେପଓଡିଆ ସାହି ନିକଟରେ ଜଣେ ବ୍ୟକ୍ତିଙ୍କୁ ଅଟକାଇ ଯାଞ୍ଚ କରିଥିଲେ |

ସେ ଧରିଥିବା ଏକ ଜରି ଅଖାବ୍ୟାଗକୁ ଖୋଲି ଦେଖିଥିଲେ | ସେଥିରେ ୨୦ଲିଟର ପରିମାଣର ଚୋରା ଦେଶୀ ରନ୍ଧା ମଦ ପାଉଚ ଗୁଡିକ ଥିବାର ଦେଖି ତୁରନ୍ତ ଚାଲାଣକାରୀଙ୍କୁ ଗିରଫ କରି ମଦ ଜବତ କରିଥିବାର ସୂଚନା ପ୍ରଦାନ କରାଯାଇଛି | ଏହି ପେଟ୍ରୋଲିଂ ଦଳରେ ସଦର ଅବକାରୀ ଥାନାର ବହୁ କର୍ମଚାରୀ ଉପସ୍ଥିତ ରହିଥିଲେ |