ବୈପାରିଗୁଡାରେ ପ୍ରବଳ ଗ୍ରୀଷ୍ମପ୍ରବାହ : ଜନଜୀବନ ଦୁର୍ବିସହ ତାପମାତ୍ରା – ୪୦ ଡିଗ୍ରୀ ସେଲସିୟସ ଟପିଲା

ଓଡ଼ିଶା ତାଜା ନ୍ୟୁଜ୍ /୧୭ ମଇ ମଙ୍ଗଳବାର/ବୈପାରିଗୁଡା :- ବୈପାରିଗୁଡାରେ ଗତ କିଛି ଦିନ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ ରହିଥିବା ବେଳେ ଆଜି ତାପମାତ୍ରା ସର୍ବାଧିକ ୩୯ ଂ ରୁ ୪୦ ଂ ସେଲସିୟସ ରହିଥିବା ଗୁଗୁଜ ଅନୁସାରେ ରେକର୍ଡ ହୋଇଥିବା ଜଣାପଡିଛି । ପ୍ରଚଣ୍ଡ ଖରା ଓ ଗରମ ଯୋଗୁଁ ସକାଳ ୧୦ଟା ପରଠାରୁ ସାଧାରଣ ଲୋକଙ୍କର ଯାତାୟତ କମିଯିବା ସହ ୧୨ଟା ସୁଦ୍ଧା ରାସ୍ତାଘାଟ ସଂପୂର୍ଣ୍ଣ ଶୂନଶାନ ହୋଇଯାଉଛି । ଏପରିକି ଦିନ ୧ଟା ଭିତରେ ବୈପାରିଗୁଡାର ମୁଖ୍ୟବଜାର ସହିତ କିଛି ସ୍ଥାନରେ ଦୋକାନ ବନ୍ଦ ହୋଇଯାଉଛି । ପ୍ରଚଣ୍ଡ ରୌଦ୍ରତାପ ଓ ଗୁଳୁଗୁଳୁ ସମୟରେ ଜନଜୀବନ ଦୁର୍ବିସହ ହୋଇପଡୁଛୁ ଏବଂ ମଝି ମଝିରେ ବିଦ୍ୟୁତ୍ ଗଲେ ସେହି କଥା ନ କହିବା ଭଲ ।

ଫଳରେ ଲୋକମାନଙ୍କର ଦୁର୍ଦଶା ବହୁଗୁଣିତ ହେବା ସହ ସେମାନଙ୍କ ମଧ୍ୟ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ରାଜ୍ୟସରକାରଙ୍କ ତରଫରୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଛୋଟ ଛୋଟ ଶିଶୁ ମାନଙ୍କ ସହ ବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ପରିବର୍ତିନ କରିଥିଲେ ମଧ୍ୟ ପ୍ରଶାସନ ତରଫରୁ ବୈପାରିଗୁଡା ମୁଖ୍ୟଛକ ଓ ଗ୍ରାମାଂଚଳର ଜନଗହଳିପୂର୍ଣ୍ଣ ସ୍ଥାନ , ରାସ୍ତାକଡ ଏବଂ ଛକ ଜାଗାମାନଙ୍କରେ ଜଳଛତ୍ର ଖୋଲି ନଥିବାରୁ ବହୁ ଦୂର ଦୂରାନ୍ତରୁ ଆସୁଥିବା ଲୋକ ମାନଙ୍କ ସହ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖ୍ୟନ ହେଉଥିବାର ଦେଖାଯାଉଛି ।

ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କ ରେ ଜଳଛତ୍ର ନଥିବାରୁ ସ୍କୁଲ ଓ କଲେଜରୁ ଛାତ୍ରଛାତ୍ରୀମାନେ ଘରକୁ ଫେରିବା ସମୟରେ ପ୍ରଚଣ୍ଡ ତାତି ଯୋଗୁଁ କଷ୍ଟ ଅନୁଭବ କରୁଛନ୍ତି । ସେହିପରି ଭୂତଳ ଜଳସ୍ତର କମିବା ଏବଂ ଚଳିତ ବର୍ଷ ଆଉ ଘର ଘର ବୁଲି ଜଳଯୋଗାଣ ହେଉନଥିବାରୁ ଲୋକେ ପାନୀୟ ଜଳ ପାଇଁ ଆହାକାର ହେଉଛନ୍ତି । ସେହି ପରି ଭାବେ ପାଇପ ଯୋଗେ ଜଳଯୋଗାଣ ଯଥେଷ୍ଟ ହେଉନଥିବାରୁ ଲୋକେ ଜଳକଷ୍ଟ ଭୋଗୁଛନ୍ତି । ଏବେ ମାର୍ଚ୍ଚ ମାସରେ ୪୦ ଂ ସେଲସିୟସ ତାପମାତ୍ରା ହେଉଥିବା ବେଳେ ଏହା ଆଗକୁ ଆହୁରି ଅଧିକ ବୃଦ୍ଧି ପାଇବା ସମ୍ଭାବନା ଥିବାରୁ ଲୋକମାନେ ସଚେତନ ହୋଇ ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ନ ବାହାରିବା ଏବଂ ଯଦି ବାହାରିଲେ ପାଣି , ବୋତାଲ , ଓଦା ଗାମୁଛା ଓ ଛତା ଧରି ବାହାରିବା ଜରୁରୀ ହୋଇପଡିଛି ।