ରନ୍ଧନ ଗ୍ୟାସ୍ ଦରବୃଦ୍ଧି ନେଇ ତେଜିଲା ଅସନ୍ତୋଷ ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ପ୍ରତିବାଦ ସଭା

ଓଡ଼ିଶା ତାଜା ନ୍ୟୁଜ୍ /୧୨ ମଇ ଗୁରୁବାର/ବୈପାରିଗୁଡା :- ଅତ୍ୟାବଶ୍ୟକ ସାମଗ୍ରୀର ଳଗାତର ଭାବେ ଦରବୃଦ୍ଧି ସାଧାରଣ ଲୋକଙ୍କୁ ଛଟପଟ କରୁଥିବା ସମୟରେ କାହିଁକି ସରକାର ଦରବୃଦ୍ଧି କମ୍ କରୁନାହାନ୍ତି ବୋଲି ଦାବି ଜଣାଇବା ସହିତ ବୈପାରିଗୁଡା ମୁଖ୍ୟଛକରେ ବୈପାରିଗୁଡା ବ୍ଳକର ଏସୟୁସିଆଇ କମ୍ୟୁନିଷ୍ଟ ସମ୍ପାଦକ କମ୍ରେଡ ସୂର୍ଯ୍ୟ ନାରାୟଣ ବିଶୋଇ ଙ୍କ ସଭାପତିତ୍ୱ ରେ ସମସ୍ତ ସଦସ୍ୟ ମାନଙ୍କ ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଟିତ ହୋଇଯାଇଛି । ପେଟ୍ରୋଲ୍ , ଡିଜେଲ ଠାରୁ ଆରମ୍ଭ କରି ଖାଇବା ତେଲ ,ଡାଲି ,ଚାଉଳ ପର୍ଯ୍ୟନ୍ତ ସବୁକିଛିର ଅତ୍ୟଧିକ ଦର ବିଶେଷକରି ଗରିବ ,ଅସହାୟ ଓ ମଧ୍ୟବିତ ପରିବାରର ଅଣ୍ଠା ଭାଙ୍ଗି ଦେଇଛି ମାତ୍ର ଏହି ଉପରେ ଏବେ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟସରକାର ନଜର ଦେଉନଥିବା ବେଳେ କେମିତି ଦରବୃଦ୍ଧି କମିବ ତାହା ଉପରେ ନାହିଁ ନଜାର ବୋଲି କହିଛି ଏସୟୁସିଆଇ କମ୍ୟୁନିଷ୍ଟ ।

ଏଭଳି ସ୍ଥଳେ ଏଲପିଜି ଗ୍ୟାସ୍ର ଦରବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ସାଧାରଣ ଜନତା ଏବେ ବଂଚିତା କଷ୍ଟକର ହୋଇ ପଡିଲାଣି ଏବଂ ଗ୍ୟାସ୍ ଦରବୃଦ୍ଧି ଭାରି ବାଧୁଛି ବୋଲି କହିଛନ୍ତି ଗ୍ରାହକ । ଏସୟୁସିଆଇ କମ୍ୟୁନିଷ୍ଟ ସମ୍ପାଦକ କମ୍ରେଡ ସୂର୍ଯ୍ୟ ନାରାୟଣ ବିଶୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହି ମହିଳା ପୁରୁଷ ମାନେ ହାତରେ ବ୍ୟାନର ଓ ପୋଷ୍ଟର ଧରି କେନ୍ଦ୍ର ସରକାରଙ୍କ ଦରବୃଦ୍ଧି ନୀତି କୁ ବିରୋଧ କରି ପ୍ରତିବାଦ ଜଣାଇବା ସହ ତୁରନ୍ତ ଏହାକୁ ପ୍ରତ୍ୟାହର କରିବା ନେଇ ଦାବି ରଖିଛନ୍ତି । ଏହି ପ୍ରତିବାଦ ସଭାରେ କମ୍ରେଡ ସୂର୍ଯ୍ୟ ନାରାୟଣ ବିଶୋଇ , କମ୍ରେଡ କାହ୍ନୁ ବିଶ୍ୱାଳ , ରାମ ବାରିକ , ଦଶରଥ ଖିଲ , ଲକ୍ଷ୍ମୀ ବାରିକ , ପ୍ରମିଳା ପୂଜାରୀ ଙ୍କ ସହିତ ବୈପାରିଗୁଡା ବ୍ଳକ ଏସୟୁସିଆଇ କମ୍ୟୁନିଷ୍ଟ କର୍ମୀ ମାନେ ଉପସ୍ଥିତ ରହିଥିଲେ ।