ଗଜପତି ଜିଲ୍ଲାର ପ୍ରଗତି ମହିଳା ସଂଗଠନ ର ସମ୍ପାଦିକା ତନୁଜା ଶତପଥୀ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ରଗଜପତି ଜିଲ୍ଲାପାଇଁ ପାଇଲେ ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୦୪ ମାର୍ଚ୍ଚ ଶୁକ୍ରବାର ) ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ର ଅଗ୍ରଣୀ ପ୍ରଗତି ମହିଳା ସଙ୍ଗଠନର ସମ୍ପାଦିକା ତନୁଜା ଶତପଥୀ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ଜିଲ୍ଲା ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ପାଇଥିବା ଜଣାପଡିଛି l ଶ୍ରୀମତୀ ଶତପଥୀଙ୍କୁ ଏହିନିଯୁକ୍ତି ମିଳିଥିବାରୁ ଗଜପତି ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା,

ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ, ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, କୃଷ୍ଣ କୁମାର ବେହେରା, ଶିଶିର ଗୌଡ଼, ରଶ୍ମିରଞ୍ଜନ ମିଶ୍ର, ବୀରକିଶୋର ପଟ୍ଟନାୟକ ସମେତ ବିଭିନ୍ନ ସଂଗଠନପକ୍ଷରୁ ଅଭିନନ୍ଦନ ଜଣାଇଛନ୍ତି l