ଓଡ଼ଗାଁ ବ୍ଲକରେ ଗତ ୧୭ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ : ୧,୩୪୫ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

ସରପଞ୍ଚ ୧୭୧, ସମିତିସଭ୍ୟ ୧୨୨, ୱାର୍ଡ ସଭ୍ୟ ୧୦୫୨

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଜାନୁଆରୀ ଶୁକ୍ରବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକରେ ଗତ ୧୭ତାରିଖରୁ ୨୧ ତାରିଖ ପର‌୍ୟ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ପାଇଁ ତାରିଖ ଚୂଡାନ୍ତ ହୋଇଥିଲା । ସରପଞ୍ଚ, ସମିତିସଭ୍ୟ,ୱାର୍ଡ ସଭ୍ୟ ପାଇଁ ମୋଟ ୧୩ଶହ ୪୫ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଜି ଶେଷ ଦିନରେ ମୋଟ ୪୯୯ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏଥିମଧ୍ୟରୁ ୱାର୍ଡ ସଭ୍ୟ ପାଇଁ ୩୬୯ଜଣ, ସରପଞ୍ଚ ପାଇଁ ୮୪ ଏବଂ ସମିତିସଭ୍ୟ ପାଇଁ ୪୬ଜଣ ଆବେଦନ କରିଥିବା ଜଣାପଡିଛି ।

ପ୍ରଥମ ଦିନରେ ୪୭ଜଣ ୱାର୍ଡ ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସରପଂଚ ପାଇଁ ୨ଜଣ ଓ ସମିତିସଭ୍ୟ ପାଇଁ ଜଣେ ଆବେଦନ କରି ମୋଟ ୫୦ଜଣ ଆବେଦନ କରିଥିଲେ । ଦ୍ବିତୀୟ ଦିନରେ ୧୦୮ଜଣ ୱାର୍ଡ ସଭ୍ୟ, ୫ଜଣ ସରପଞ୍ଚ ଏବଂ ୨ଜଣ ସମିତିସଭ୍ୟଙ୍କୁ ମିଶାଇ ମୋଟ ୧୧୫ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତୃତୀୟ ଦିନରେ ୨୬୫ଜଣ ୱାର୍ଡ ସଭ୍ୟ, ୫୪ଜଣ ସରପଞ୍ଚ ଏବଂ ୪୫ଜଣ ସମିତିସଭ୍ୟଙ୍କୁ ମିଶାଇ ମୋଟ ୩୬୪ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ସେହିପରି ଚତୁର୍ଥ ଦିନରେ ୨୬୩ଜଣ ୱାର୍ଡ ସଭ୍ୟ, ୨୬ ଜଣ ସରପଞ୍ଚ ଏବଂ ୨୮ଜଣ ସମିତିସଭ୍ୟଙ୍କୁ ମିଶାଇ ୩୧୭ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶେଷ ଦିନରେ ୩୬୯ଜଣ ୱାର୍ଡ ସଭ୍ୟ, ୮୪ଜଣ ସରପଞ୍ଚ ଏବଂ ୪୬ଜଣ ସମିତିସଭ୍ୟଙ୍କୁ ମିଶାଇ ମୋଟ ୪୯୯ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଜଣାପଡିଛି । ହରିହରପୁର ପଂଚାୟତରୁ ସର୍ବାଧିକ ୫୧ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ସେହିପରି ଶରଣକୁଳ ପଂଚାୟତରୁ ସରପଞ୍ଚ ପଦବୀ ପାଇଁ ୧୪ଜଣ ଓ ସମିତିସଭ୍ୟ ପାଇଁ ୭ଜଣ ସର୍ବାଧିକ ପ୍ରାର୍ଥୀପତ୍ର ଦାଖଲ କରିଥିବା ରିପୋର୍ଟରୁ ଜଣାପଡିଛି । ତେବେ ଏହି ନିର୍ବାଚନ ରଣାଙ୍ଗନରେ ଘମାଘୋଟ ଲଢେଇ ହେବ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି ।