ଶ୍ରୀ ଫଣିନ୍ଦ୍ର କୁମାର ସାହୁ ଙ୍କ ଅଚଳାଚଳ ସମ୍ପତି ଜବତ କରିଛି ଭିଜିଲାନ୍ସ – ସମ୍ବଲପୁର

1.OD15G7412-Bolero
2.OD15M7505-Bolero Ambulance
3.OD15P8847-Bolero Ambulance
4.OD15K3466-Maruti Suzuki Ciaz
5.OR15G6144-Sonalika Tractor
6. OD15C6150-Glamour MC
7. One electric bike

ଓଡ଼ିଶା ତାଜା ନ୍ୟୁଜ୍ (୦୩ ଡିସେମ୍ବର ଶୁକ୍ରବାର ) ସମ୍ବଲପୁର :- ଶ୍ରୀ ଫଣିନ୍ଦ୍ର କୁମାର ସାହୁ ଙ୍କ ଅଚଳାଚଳ ସମ୍ପତି ଜବତ କରିଛି ଭିଜିଲାନ୍ସ । ସମ୍ବଲପୁର ଜିଲ୍ଲା ଜାମଙ୍କିରା ଲ୍ୟାମ୍ପସ୍,ଅନୁପ ଯୁକ୍ତ ସମ୍ପତ୍ତି ଅଧିଗ୍ରହଣ ଅଭିଯୋଗରେ,୩ ଜଣ ଡିଏସପି, ୪ ଇନ୍ସପେକ୍ଟର, ୪ ଏ ଏସ ଆଇ ଙ୍କ ନେତୃତ୍ୱରେ ଓ ଭିଜିଲାନ୍ସ ଦ୍ୱାରା ଏକକାଳୀନ ଶ୍ରୀ ସାହୁ ଙ୍କ ଘର ଉପରେ ଚଢ଼ାଉ ହୋଇଛି |

ସେହି ସ୍ଥାନଗୁଡ଼ିକ ହେଲା ଧନକାଉଡା ଅଞ୍ଚଳରେ ଏକ ମହଲା କୋଠା, ଧନୁପାଲି ଗ୍ରାମ ଓ ଜାମନକିରା ଗ୍ରାମରେ ଥିବା କୋଠା ଉପରେ ଚଢ଼ାଉ ହୋଇଥିବା ଜଣା ଯାଇଛି । ପଞ୍ଚାରା ଠାରେ ଥିବା ଶ୍ୱଶୁରଙ୍କ ଘର ଉପରେ ମଧ୍ୟ ଚଢ଼ାଉ କରାଯାଇଛି । ହାଇକୋର୍ଟ ଦ୍ୱାରା ସର୍ଚ୍ଚ ୱାରେଣ୍ଟ ଜାରି କରି ଶ୍ରୀ ସାହୁଙ୍କ କାର୍ଯ୍ୟାଳୟ ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସ ଅଧିକାରୀ ନଗଦ ଟଙ୍କା 2, 36, 870 ଜବତ ହୋଇଛି ।

2 ଟି ପ୍ଲଟ୍, 4 ଟି ଚାରି ଚକିଆ ଯାନ ,3 ବୋଲେରୋ,1 କାର୍  ,1 ଚକିଆ ଯାନ କୁ ଜବତ କରାଯାଇଛି । ଏପର୍ଯ୍ୟନ୍ତ ଅଧିକରୁ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଉକ୍ତ ଫଣିନ୍ଦ୍ର କୁମାର ସାହୁ ଙ୍କୁ ଗିରଫ କରାଯାଇଛି ।