ଚାନ୍ଦପୁରରେ ହାତୀ ଭୟ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ନଭେମ୍ବର ଶନିବାର ) କନ୍ଧନୟାଗଡ଼ :- ଗତକାଲି ବିଳମ୍ବିତ ରାତିରେ ଗୋଷ୍ଠୀଛଡା ଦନ୍ତା ହାତୀଟିଏ ଧାନକିଆରୀ ପ୍ରାୟ ଦଶଏକରରୁ ଉର୍ଦ୍ଧ୍ଵ ଉଜାଡ଼ି ଦେଇଛି  I  ବେଣ୍ଟ , ନାରଗଦା , ଅଚ୍ୟୁତପୁର , ମୟୁରଝାଲିଆ,କନ୍ଧନୟାଗଡ଼ ଗ୍ରାମର ଚାଷୀ ଭଗବାନ ଦାସ ଙ୍କ ସମେତ ଅନେକ ପ୍ରତ୍ୟକ୍ଷ କ୍ଷତି ସହିଛନ୍ତି  I  ଜଙ୍ଗଲଅବକ୍ଷୟ ଓ ଖାଦ୍ୟ ସଙ୍କଟ କାରଣରୁ ଗଜରାଜ ଜନବସତି ମୁହାଁ ହୋଇଛି I ଜଂଗଲ ବିଭାଗ ପକ୍ଷରୁ ସୂଚନା ବା ସଚେତନତା ଆଦିର ତତ୍ପରତା ପ୍ରକାଶ ପାଉନାହିଁ I

କନ୍ଧନୟାଗଡ଼ ସରପଞ୍ଚ ଅରୁଣ ସୁବୁଦ୍ଧି ବିଭାଗୀୟ ଅଧିକାରୀ ସରଜମିନ ତଦନ୍ତକରି ଚାଷୀକୁ ଉପଯୁକ୍ତ କ୍ଷତିପୁରଣ ପାଇଁ ଦାବୀ ରଖିଛନ୍ତି ହାତୀ ଗତିବିଧି ଉପରେ ନଜର ରଖିବାକୁ ଓ ସାଧାରଣ ଜନତାଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଶ୍ରୀ ସୁବୁଦ୍ଧି ଅନୁରୋଧ କରିଛନ୍ତି I

ଏପରିକି ହାତୀଟି ରାତିତମାମ ଧାନକ୍ଷେତ ଓ ଜାତୀୟ ରାଜପଥରେ ତାର ରାଜ ଚଳାଇଥିଲା ।  ସାଧାରଣରେ ଏନେର ଭୟର ବାତାବରଣ ସୃଷ୍ଟି ହୋଇଛି  I ଏଠାରେ ସୂଚନାଯୋଗ୍ୟ କିଛିବର୍ଷ ତଳେ ଚାନ୍ଦପୁର ଅଂଚଳରେ ହାତୀ ଆକ୍ରୋଶର ଶୀକାର ହୋଇ ଜଣେ ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗ ହୋଇଥିଲା  I