ରଣପୁର ବିଧାୟକଙ୍କ ଅନୁରୋଧ କ୍ରମେ କୃଷି ବିଭାଗ ଠାରେ ବିଜୁ ଯୁବ ଜନତା ଦଳ ଓ ବରିଷ୍ଠ କର୍ମୀ ଙ୍କ ଯୋଗଦାନ

ଓଡ଼ିଶା ତାଜା ନ୍ୟୁଜ୍ (୨୦ନଭେମ୍ବର ଶନିବାର) ରଣପୁର :- ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଆଜି ରଣପୁରର କୃଷି ବିଭାଗ ଠାରେ କୃଷି ରଥ ମାଧ୍ୟମ ରେ ରଣପୁର ବ୍ଲକ ର ସମସ୍ତ ଗ୍ରାମ ର ଲୋକଙ୍କୁ ଆହ୍ୱାନ ଦେଇଛନ୍ତି । ସେଠାରେ କୃଷି କୃଷକ ବିଷୟ ରେ ସର୍ବ ଜନ ଙ୍କୁ ଜଣେଇବା ପାଇଁ ଅପରାହ୍ନ ସମୟରେ ସମୂହ ଯୋଗଦାନ କରିବା ପାଇଁ ଅନୁରୋଧ କରିଛନ୍ତି ।

ସେହି କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ର ଜନତା ଦଳ , ଯୁବ ଜନତା ଦଳ ଓ ବରିଷ୍ଠ କର୍ମୀ ମାନେ ଉପସ୍ଥିତ ରହି ଉପସ୍ଥିତ ରହି ଆସନ୍ତା ୨୨ ତାରିଖ ରେ ଗ୍ୟାସ୍ ଦର ଦମ ବୃଦ୍ଧି ଉପରେ ହବାକୁ ଥିବା ବ୍ଲକ ଘେରାଉ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି । କୃଷି ବିଭାଗ ଠାରେ ବିଧାୟକଙ୍କ ଆହ୍ୱାନକ୍ରମେ ସମସ୍ତ ଛାତ୍ର ଓ ଯୁବ ଓ ବରିଷ୍ଠ କର୍ମକର୍ତା ଙ୍କ ଉପସ୍ଥିତ ରହିବେ ।