ନର୍ଲା ବ୍ଲକ୍‌ର ୨୫ ଗୋଟି ନନ୍ଦଘର ଠାରେ ଶିଶୁଦିବସ ପାଳନ

ଓଡ଼ିଶା ତାଜା ନ୍ୟୁଜ୍ (୧୪ ନଭେମ୍ବର ରବିବାର ) କଳାହାଣ୍ଡି :- ନର୍ଲା ବ୍ଲକ୍‌ର ୨୫ ଗୋଟି ନନ୍ଦଘର ଠାରେ ଶିଶୁଦିବସ ପାଳନ ହୋଇଥିବା ବେଳେ ସର୍ଗୀଗୁଡ଼ା ଗ୍ରାମ ପଞାୟତ ଉଲିଶିର୍କା ନନ୍ଦଘର ଠାରେ ନନ୍ଦଘର କ୍ଲଷ୍ଟର୍‌ କୋଡ଼ିନେଟର୍‌ ଅରୁଣ କୁମାର ପ୍ରଧାନୀଙ୍କ ନେତୃତ୍ବରେ ଶିଶୁଦିବସ ପାଳନ କରାଯାଇ ଶିଶୁଙ୍କ ଶୀତବସ୍ତ୍ର ଓ ଜୋତା ବଣ୍ଟନ କରାଯାଇ ଥିଲା । ଉଲିଶିର୍କା ୱାର୍ଡସଭ୍ୟା ମଇନା ଗଉଡ଼ଙ୍କ ଉପସ୍ଥିତିରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଫୋଟ ଚିତ୍ରରେ ଫୁଲ,ଦୀପ ଦେଇ ତାଙ୍କରି ଆଦର୍ଶ ସ୍ମୂତି ଚାରଣ କରା ଯାଇଥିଲା ।

ଅଙ୍ଗନୱାଡ଼ି କର୍ମୀ ନନ୍ଦିନୀ ବିଶ୍ୱାଳ,ମାତୃକମିଟିର ନମିତା ସା ଶିଶୁଦିବସର ବାର୍ତ୍ତା ସହ ଶିଶୁଙ୍କ ଭବିଷ୍ଯତ ଉପରେ ଆଲୋକ ପାତ କରିଥିଲେ । ନନ୍ଦଘର ତରଫରୁ ଅଭିଭାବକ ଓ ଶିଶୁ ମାନଙ୍କୁ ତିଲକ,ଚନ୍ଦନ ଫୁଲ ଦେଇ ସ୍ୱାଗତ କରାଯାଇ ଥିଲା । ଯାଞ୍ଚ କମିଟିର ସଭ୍ୟା ସବିତା ମାଝୀ,ବନିତା ମାଝୀ,ସୁଦେବୀ ଗଉଡ଼ ସହଯୋଗ କରିଥିଲେ ।