ମମିତା ମେହେର ହତ୍ୟାକାଣ୍ଡ : ରଣପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଶାନ୍ତିପୂର୍ଣ ଓଡିଶାବନ୍ଦ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ନଭେମ୍ବର ଶୁକ୍ରବାର) ରଣପୁର :- ଓଡିଶା ପ୍ରଦେଶ କଂଗ୍ରେସ କମିଟି ଡାକରାରେ ମମିତା ମେହେର ହତ୍ୟାକାଣ୍ଡ ରେ ସଂଶ୍ଲିଷ୍ଟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ଓ଼ ଗିରଫ କରିବା ଦାବିରେ ରଣପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ରଣପୁରରେ ଓଡିଶାବନ୍ଦ ସମ୍ପୂର୍ଣ ସଫଳ ହୋଇଛି ଲରଣପୁର ଅଂଚଳର ଜନସାଧରଣ ବ୍ୟବଷାୟୀ ଭାଇମାନେ, ଗାଡ଼ିମାଟର ନ୍ୟାୟଲୟ, ତହସିଲ, ବ୍ଲକ ବନ୍ଦ ରହିଥିଲା l

ବନ୍ଦ କୁ ରଣପୁର ଜନସାଧାରଣଙ୍କ ସ୍ୱତଃ ସମର୍ଥନ ମିଳିଥିଲା l ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଦିଲୀପ ଜେନା, ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବଶାଖା ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ, କିଷାନ କଂଗ୍ରେସ ଜିଲ୍ଲା ସଭାପତି ଧୂର୍ବ ଚରଣ ପରିଡା, ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ମୀର ଆବୁବାକର ସିଦ୍ଧିକ, ଜିଲ୍ଲା ଉପସଭାପତି ଶତ୍ରୁଘ୍ନ ପାଇକରା,

ସାଧାରଣ ସମ୍ପାଦକ ବାଳକୃଷ୍ଣ ଷଡ଼ଙ୍ଗୀ, ରାଜ୍ୟ ଛାତ୍ର କଂଗ୍ରେସ ସଂପାଦ ଅନିଲ ଛୁଆଳ ସିଂହ, ପ୍ରଭାତ ମହାନ୍ତି, ହୃଦାନନ୍ଦ କାଣ୍ଡି, ଅନ୍ନିଲ ପରିଡା ସୁଦେଇ ପ୍ରଧାନ ନିହାର ଦାଶ, ସଞ୍ଜୟ ମହାନ୍ତି, ଦିତିକୃଷ୍ଣ ସାମନ୍ତରାୟ ପ୍ରମୁଖଶତାଧିକ କଂଗ୍ରେସ କର୍ମକର୍ତା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l