ବୋରାପଦା ଗ୍ରାମରୁ ଯୁବକ ଅପହରଣ, ସଦର ଥାନାରେ ପରିବାର ପକ୍ଷରୁ ଅଭିଯୋଗ

ଓଡ଼ିଶା ତାଜା ନିୟୁଜ୍ (୪ ନଭେମ୍ବର ଗୁରୁବାର) ଢେଙ୍କାନାଳ :- ଜିଲ୍ଲା ସଦର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବୋରାପଦା ଗ୍ରାମର ଜଣେ ଯୁବକଙ୍କୁ ଅପହରଣ ନେଇ ସଦର ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ପିତବାସ ସାହୁଙ୍କୁ ସେହି ଗ୍ରାମର କିଛି ଯୁବକ ଗତ ରାତିରେ ସରକାରୀ ଆଇଟିଆଇ ଛକ ନିକଟରୁ ମାଡମାରି ଅପହରଣ କରି ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ବାଇକଟି ପଡ଼ି ରହିଛି ।

ସୂଚନା ମୁତାବକ ଦୁଇ ବର୍ଷ ତଳେ ଅପହୃତ ପିତବାସ ଙ୍କୁ ସ୍ଥାନୀୟ କିଛି ଯୁବକ ଏକ ବିବାଦକୁ ନେଇ ମାଡ ମାରିଥିଲେ । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଥୂବାରୁ ଗତ କିଛି ଦିନ ତଳେ ପୁନଃଶ୍ଚ ସେହି ଯୁବକମାନେ ପିତବାସଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।ଏ ସମ୍ପର୍କରେ ମଧ୍ୟ ଥାନାରେ ଅଭିଯୋଗ କରାଯାଇଛି ।

ଏହି ଉପରୋକ୍ତ ଦୁଇ ମାମଲାକୁ ଉଠାଇ ନେବାକୁ ଯୁବକମାନେ ଫୋନ ଯୋଗେ ଧମକ ଦେଇ ଆସୁଥିଲେ । ଗତକାଲି ରାତିରେ ପିତବାସ ଘରକୁ ଫେରୁଥିବା ସମୟରେ ତା’କୁ ସେହି ଯୁବକମାନେ ଆଇଟିଆଇ ଛକ ନିକଟରେ ମାଡମାରି ଅପହରଣ କରି ନେଇଥିବା ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଘଟଣାର ଅନୁସନ୍ଧାନ ଜାରୀ ରଖିଛି ।