ନୟାଗଡ଼ ଜିଲ୍ଲାପାଳଙ୍କ ନିଆରା ଚିନ୍ତାଧାରା : ଭାପୁର ବାଲୁଙ୍କେଶ୍ୱର ଦେବ ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ ବର ଗଛ ମୂଳେ ବସି – ମୁକ୍ତାକାଶ ପାଠପଢ଼ାର ମଜା ନେଉଥିବା ମନୋରମ ଦୃଶ୍ୟ

ଓଡ଼ିଶା ତାଜା ନ୍ୟୁଜ୍ (୩୦ ଅକ୍ଟୋବର ଶନିବାର ) ନୟାଗଡ଼ :- ଭାପୁର ବଜାର ନିକଟରେ ଥିବା ବାଲୁଙ୍କେଶ୍ୱର ଦେବ ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ ବିଶାଳ କାୟ ବର ଗଛ ମୂଳେ ବସି ମୁକ୍ତାକାଶ ପାଠପଢ଼ାର ମଜା ନେଉଥିବା ମନୋରମ ଦୃଶ୍ୟ ଅଭିଭାବକ ଓ ବୁଦ୍ଧିଜୀବୀମାନଙ୍କୁ ଆହ୍ଲାଦିତ କରିଛି । ଭାପୁର ବଜାର ନିକଟରେ ଥିବା ବାଲୁଙ୍କେଶ୍ୱର ଦେବ ବିଦ୍ୟାପୀଠଟି ରାଜ୍ୟ ସରକାରଙ୍କ ଉଚ୍ଚକାପ୍ସକ୍ଷ୍ମୀ ପରିବର୍ତ୍ତନଶୀଳ ବିଦ୍ୟାଳୟ ଯୋଜନାରେ ସାମିଲ ହୋଇ ଏହାର ରୂପରେଖ ପରିବର୍ତ୍ତନ ହେଵାରେ ଲାଗିଛି । ୫୫ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ବ୍ୟୟରେ ବିଦ୍ୟାଳୟର ଉନ୍ନତି ମୂଳକ କାର୍ୟ୍ୟ ଚାଲୁ ରହିଛି ।

ଏହି କାର୍ଯ୍ୟ ଦେଖିବା ପାଇଁ ଦୁଇ ମାସ ପୂର୍ବରୁ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଆସିଥିବା ସମୟରେ ବିଦ୍ୟାଳୟ ପରିସରରେ ଥିବା ବର ଗଛ ମୂଳେ ଛାତ୍ରଛାତ୍ରୀମାନେ ବସି ପାଠ ପଢ଼ିବା ଭଳି ଏକ ଗ୍ୟାଲେରୀ ତଥା ପିଣ୍ତି ନିର୍ମାଣ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଉନ୍ନତି ମୂଳକ କାର୍ଯ୍ୟ ସମ୍ପାଦନା କରୁଥିବା ବିଦ୍ୟାଳୟ ପରିଚାଳନା କମିଟି ଜିଲ୍ଲାପାଳଙ୍କ ଦୂରଦୃଷ୍ଟିକୁ ସମ୍ମାନ ଦେଇ ବରଗଛ ମୂଳେ ଏକ ଛୋଟ ଗ୍ୟାଲେରୀ ପରି ପିଣ୍ତି ନିର୍ମାଣ କରିଥିଲେ ।

ଏବେ ବିଦ୍ୟାଳୟରେ ଶ୍ରେଣୀ ଗୃହ ନିର୍ମାଣ ଚାଲିଥିବା ସମୟରେ ଛାତ୍ରଛାତ୍ରୀ ମାନେ ବର ଗଛ ମୂଳେ ଅଧ୍ୟୟନ କରିବା ଗୋପବନ୍ଧୁ ଦାସ ଓ ପଞ୍ଚଶଖାଙ୍କ ବକୁଳ ବନ ବିଦ୍ୟାଳୟରେ ଛାତ୍ରଛାତ୍ରୀ ପାଠ ପଢ଼ିବାର ସ୍ମୃତି ସୃଷ୍ଟି କରିଛି । ଏହିପରି ଏକ ମନୋଗ୍ୟ ପରିବେଶରେ ପାଠ ପଢ଼ାଇବାର ମଜା ଅଲଗା ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଦାସ କହିଛନ୍ତି ।