ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କଉପସ୍ଥିତି ରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଅକ୍ଟୋବର ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ବିଜୁ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ଜିଲ୍ଳାରସଦରମହକୁମା ପାରଳାଖେମୁଣ୍ଡି କଲେଜ ଛକ ସ୍ଥିତ ସ୍ଥିତ ବିଜୁ ପଟନାୟକଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କେକ୍ କାଟି ଜନ୍ମ ଦିବସ ପାଳିତହୋଇଥିବାବେଳେ ଗଜପତି ଜିଲ୍ଲ୍ ବିଜେଡିର ଯୁବ ସଭାପତି ଏସ୍ ଲିଙ୍ଗରାଜଙ୍କ ନେତୃତ୍ୱରେ ଗୋଷାଣୀ ବ୍ଲକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସ ପାଳନ ଅବସରରେ ଏକ କେକ୍ କଟାଯାଇ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରାଯାଇଥିଲା ।

ଏଥିସହ ଗୋଷାଣୀ ବ୍ଲକରେ ବିଜେଡିର ଯୁବ ସଂଗଠନ ଦ୍ୱାରା ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମ ସହଗରିବଲୋକ ମାନଙ୍କୁ ଖାଦ୍ୟ ଦ୍ରବ୍ୟ ପ୍ରଦାନ କରାଯାଇଥିଲା । ସେହିପରି ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଠାରେ ଓଡିଶା ମୋ ପରିବାର ତରଫରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଶିବିରକୁ ଉଦ୍‌ଘାଟନ କରିଥିଲେ ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମର ଗଜପତି ଜିଲ୍ଲାର ମୁଖ୍ୟ ଇନ୍ଦୀରା ପଟ୍ଟନାୟକଙ୍କ ପରିଚାଳନାରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୪୦ଜଣ ସ୍ୱେଚ୍ଛାସେବୀ ୪୦ୟୁନିଟ୍ ରକ୍ତ ଦାନ କରିଛନ୍ତି । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ସମେତ ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟମୀ ଗମାଙ୍ଗ, ଲକ୍ଷ୍ମୀକାନ୍ତ ପରିଚ୍ଛା, ହାଇଟେକ୍ ଗ୍ରୁପ ର ଅଧକ୍ଷ ତିରୁପତି ପାଣିଗ୍ରାହୀ, ମାରୁତ ପାଳ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ପୂର୍ଣ୍ଣବାସୀନାୟକ ନଗର ବିଜୁମହିଳା ସମ୍ପାଦିକା ତନୁଜା ଶତପଥି ପ୍ରମୁଖଏଥିରେ ଯୋଗ ଦେଇଥିଲେ ।