ଭାରତୀୟ ଜନତା ପାର୍ଟି ବାଲେଶ୍ୱର ନୀଳଗିରି ତରଫରୁ ପାର୍ଟି କାର୍ଯାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୧୪ ଅକ୍ଟୋବର ଗୁରୁବାର ) ନୀଳଗିରି :- ଭାରତୀୟ ଜନତା ପାର୍ଟି ବାଲେଶ୍ୱର ନୀଳଗିରି ତରଫରୁ ପାର୍ଟି କାର୍ଯାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଜାମୁଡ଼ିହା ପଞ୍ଚାୟତରେ ଆଜି ଭାଗିରଥି ବିଶ୍ୱାଳ, ମନୋରଞ୍ଜନ ବିଶ୍ୱାଳ, ସନାତନ ନାୟକ, ଜ୍ୟୋତ୍ସ୍ନାରାଣୀ ନାୟକ, ଜୀବନ ରାଉତ, ଗଦାଧର ବିଶ୍ୱାଳ, ମଣ୍ଟୁ ମହାନ୍ତି, ରଞ୍ଜିତା ରାଉତ, ରଘୁନାଥ ରାଉତ ପ୍ରମୁଖ ଅନ୍ୟ ଦଳ ଛାଡି ବିଜେପିରେ ମିଶିଛନ୍ତି । ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ କାର୍ଯ୍ୟଧାରାରେ ଏବଂ ଭାରତୀୟ ଜନତା ପାର୍ଟିର ବିଚାରଧାରାରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ଛାଡିଥିବା କିଛି ଆଗ ଧାଡ଼ିର କର୍ମୀ ସୂଚନା ଦେଇଛନ୍ତି ।

ବିଜେଡିରେ କିଛି ନେତାଙ୍କ ମନ ମୋଟିଆ ହିଟଲର ମନୋଭାବ ଓ ଦଳରେ ଅଶାନ୍ତିରେ ଅଣନିଶ୍ୱାସୀ ହୋଇ କର୍ମୀମାନେ ଦଳ ଛାଡିଥିବା ସୂଚନା ଦେଇଛନ୍ତି । ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ଭୂଦାରଚଣ୍ଡୀ ମଣ୍ଡଳ ସଭାପତି ଅଶୋକ ନାୟକ, ଜିଲ୍ଲା ବିଜେପି ଉପସଭାପତି ଗଙ୍ଗାଧର ମିଶ୍ର, ଜମୁଡିହା ପଞ୍ଚାୟତ ପ୍ରମୁଖ ରାମକୃଷ୍ଣ ମହାପାତ୍ର ତାଙ୍କୁ ପୁଷ୍ପ ଗୁଚ୍ଛଦେଇ ସ୍ୱାଗତ କରିଥିଲେ । (ଦୀପ୍ତିମାନ ପତି, ବାଲେଶ୍ୱର )