ଝରିଗାଁ ବିଶାଳ ମିଶ୍ରଣ ପର୍ବ : ଏହି ମିଶ୍ରଣ ପର୍ବରେ ୩୦୦ ରୁ ଉର୍ଦ୍ଧ କଂଗ୍ରେସ କର୍ମୀମାନେ ସକ୍ରିୟ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ

ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର) ଝରିଗାଁ :- ଆଗକୁ ପଞ୍ଚାୟତ ନିର୍ବାଚନ ଆଉ ଏଥିପାଇଁ ଶାସକ ବିଜେଡ଼ି ଦଳ ଆରମ୍ଭ କରିଦେଲେଣି ଅଙ୍କକଷା । ବିଜେଡି ନେତୃବୃନ୍ଦ ମାନେ ତୃଣମୂଳରୁ ବ୍ଲକସ୍ତରରେ କର୍ମୀମାନଙ୍କୁ ନେଇ କଷରତ ଆରମ୍ଭ କରିଦେଲାଣି।ଝରିଗାଁ ବିଜେଡ଼ି ଦଳ ତରଫରୁ ଏବେ ପଞ୍ଚାୟତ ଗୁଡିକରେ ପହଞ୍ଚି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ର ସଫଳତା ବୁଝାଇ ନିଜ ଆଡକୁ ଆକର୍ଷିତ କରିବାରେ ଲାଗିପଡିଛନ୍ତି

ଖୋଦ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଆଉ ଆଜି ଝରିଗାଁ ବ୍ଲକ ଅନ୍ତର୍ଗତ ଫୁପୁଗାଁ ପଞ୍ଚାୟତ ର ବରାଗୁଡା ଗ୍ରାମଠାରେ ଦଳ ତରଫରୁ ଏକ ବିଶାଳ ମିଶ୍ରଣ ପର୍ବ ର ଆୟୋଜନ କରାଯାଇ ଏହି ମିଶ୍ରଣ ପର୍ବରେ ୩୦୦ ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ମାନେ ସକ୍ରିୟ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ ।

ଝରିଗାଁ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଫୁପୁଗାଁ ଗ୍ରାମ ପଞ୍ଚାୟତ ର ବରାଗୁଡ଼ା ଗ୍ରାମଠାରେ ଦଳ ତରଫରୁ ଏକ ବିଶାଳ ମିଶ୍ରଣ ପର୍ବ ର ଆୟଜନ କରାଯାଇ ଏହି ମିଶ୍ରଣ ପର୍ବରେ ୩୦୦ ରୁ ଉର୍ଦ୍ଧ କଂଗ୍ରେସ କର୍ମୀମାନେ ସକ୍ରିୟ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ ଅନେକ ନେତୃସ୍ଥାନିୟ ବ୍ୟକ୍ତି ବିଶେସ କଂଗ୍ରେସ ଦଳ ପରିତ୍ୟାଗ କରି ମାନ୍ୟବର

ମୁଖ୍ୟମନ୍ତ୍ରୀଙ୍କ ସ୍ବଛ ସାଶନ ଏବଂ ସାଂସଦ ଶ୍ରୀ Ramesh Chandra Majhi ଙ୍କ ନିର୍ମଳ ଭାବମୁର୍ତିରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହେଲେ । ଏହି କାର୍ଜ୍ୟକ୍ରମରେ ଆମ ଅତିପ୍ରିୟ ଝରିଗାଁ ବିଧାୟକ ଶ୍ରୀ ଯୁକ୍ତ Prakash Chandra Majhi ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନଭାବେ ସାମିଲ ହୋଇଥିବା ସମସ୍ତ କର୍ମୀମାନଙ୍କୁ ଫୁଲତୋଡା ଏବଂ ଉପୋଢୋକନ ଦେଇ ବିଜୁ ପରିବାରରେ ସ୍ବାଗତ ଜଣାଇଥିଲେ ।