ରାଜ୍ୟରେ ବହୁ ଚର୍ଚ୍ଚିତ ଏ.ସି.ଏ.ଫ୍.ସୌମ୍ୟ ରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ – ଆକ୍ସନମୋଡରେ କ୍ରାଇମବ୍ରାଞ୍ଚ ୬ଜଣଙ୍କୁ ଜେରା 

ଓଡ଼ିଶା ତାଜା ନ୍ୟୁଜ (୧୭ ଅଗଷ୍ଟ ମଙ୍ଗଳବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁର ରହସ୍ୟ ଉନ୍ମୋଚନ ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଆକ୍ସନ ମୋଡ୍‌ରେ କାର୍ଯ୍ୟ ଚଳାଇଛନ୍ତି । ଆଜି ୬ଜଣଙ୍କୁ ଘନ ଘନ ଜେରା କରୁଛି ଟିମ୍ । ରୋଷେୟା ମନ୍ମଥ କୁମ୍ଭ, ୨ ଏସିଏଫ କେ.ଭି.ଭାଷ୍କର ରାଓ ଓ ଗୌରୀ ରଥ, ୨ ଜଣ ୱାଚ୍‌ମ୍ୟାନ୍ ଓ ଜଣେ ଗାର୍ଡଙ୍କୁ କ୍ରାଇମ୍‌ବ୍ରାଞ୍ଚ ଜେରା କରୁଛି । ପାରଳାଖେମୁଣ୍ଡି ଥାନାରେ ଥିବା ସ୍ୱତନ୍ତ୍ର କୋଠରୀରେ ଜେରା କରାଯିବା ପରେ ପୋଲିସ ଗେଷ୍ଟ ହାଉସକୁ ନିଆଯାଇଛି । ସେଠାରେ ଏକ କୋଠରୀରେ ପଚରାଉଚରା ଚାଲିଛି ।

ତଦନ୍ତ ପୁଣି ଆରମ୍ଭରୁ ହେଉଛି । କେମିତି ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା ସେନେଇ ରହସ୍ୟ ଉନ୍ମଚନ କରିବାରେ ଲାଗିପଡିଛନ୍ତି । ଏପରିକି ବିଦ୍ୟାଭାରତୀଙ୍କ ମୟୁରଭଞ୍ଜ କପ୍ତିପଦାକୁ ଯାଇପାରେ ଏହି ଟିମ୍ ଏହାସହ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ପାଳି ପଡିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ସୌମ୍ୟଙ୍କ ମୃତ୍ୟୁ ଦୁର୍ଘଟଣା, ଆତ୍ମହତ୍ୟା ନା ହତ୍ୟା ଏହାର ଖଳତାଡ ଜାରି ରଖିଛି । ସୂଚନା ଯୋଗ୍ୟ ଯେ, ଗତ ୧୪ ତାରିଖ ଦିନ କ୍ରାଇମବ୍ରାଞ୍ଚ ଡିଏସ୍‌ପି ଜ୍ଞାନ ରଞ୍ଜନ ମିଶ୍ରଙ୍କ ନେତୃତ୍ୱ ୩ଜଣିଆ କ୍ରାଇମ ବ୍ରାଞ୍ଚ ଟିମ୍ ସହ ରାଜ୍ୟ ଫରେନ୍ସିକ ଦଳ, ଫିଙ୍ଗର ପ୍ରିଣ୍ଟ ଏକ୍ସପର୍ଟ, ଫଟୋ ଗ୍ରାଫର ସମେତ ମୋଟ ୯ଜଣ ପହଞ୍ôଚ ମୃତ ଏସିଏଫଓଙ୍କ ସରକାରୀ ବାସଭବନ ଠାରେ ପହଞ୍ଚି ୨ଘଣ୍ଟା କାଳ ତନ୍ନ ତନ୍ନ ଯାଞ୍ଚ ଆରମ୍ଭ କରିଥିଲେ   (ଗରୁଡ଼ ଧ୍ଵଜ ଚୌଧୁରୀ)