ଚୋରାବାଲି ଟ୍ରାକଟର ଠାରୁ ଫାଇନ ଆଦାୟ

ଓଡ଼ିଶା ତାଜା ନ୍ୟୁଜ ( ୬ ଅଗଷ୍ଟ ଶୁକ୍ରବାର ) ରାୟଗଡ :- ରାୟଗଡ (ଗଜପତି ) ଗଜପତି ଜିଲ୍ଲା ରାୟଗଡଥାନା ପୁଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଲାଞ୍ଜିପଦର ଛକ ନିକଟରେ ବାଲି ଚୋରା ଚାଲାଣ ହେଉଥିବା ଟ୍ରାକ୍ଟର OD20-5256, OD20-5257 କୁ ଅଟକାଇ ବାଲି ସମ୍ୱନ୍ଦୀୟ କାଗଜ ପତ୍ର ନଥିବାରୁ ଥାନାକୁ ଆଣି ରାୟଗଡ ତହସିଲଦାରଙ୍କୁ ଉକ୍ତ ଟ୍ରାକ୍ଟର ରେ ଚୋରା ରେ ବାଲି ଯାଉଥିବା ସମ୍ପର୍କ ରେ ଜଣାଇଥିବା ରାୟଗଡ ପୁଲିସ ପ୍ରକାଶ କରିଛି l

ଏହା ସହ ରାୟଗଡ ତହସିଲଦାର ନାରାୟଣପୁର ନିକଟରେ ଏକ ମୋରମ ବୋଝେଇ ଟ୍ରାକଟର (OD20A8411)କୁ ମୋରମ ନେବା ସମ୍ୱନ୍ଧୀୟ କାଗଜ ନଥିବାରୁ  10000/- ଫାଇନ ଆଦାୟ କରିଥିବା ବେଳେ ରାୟଗଡ ଆର ଆଇ (RI)ହରିଚନ୍ଦ୍ର ରାଇତ କରଡ଼ାସିଙ୍ଗି ନିକଟରେ ଏକ ବାଲି ବୋଝଇ ଟ୍ରାକ୍ଟର (OD20B2427)କୁ ଯାଞ୍ଚ କରିବାରୁ ବାଲି ସମ୍ୱନ୍ଦୀୟ କାଗଜ ନଥିବାରୁ  15000/- ଫାଇନ ଆଦାୟ କରିଥିବା ବିଶେଷ ସୂତ୍ରରୁ ଖବର ମେଳିଛି. ଉକ୍ତ ଖବର ସମ୍ପର୍କ ତହସିଲଦାର ଙ୍କୁ ପଚାରିବାରୁ ଅଫିସ ତଥ୍ୟ ବାହାରେ ଦିଆଯିବନାହିଁ ବୋଲି କହିଛନ୍ତି. ଏଥିରୁ ଜଣାପଡୁଛି ଯେ ଏଠାରେ କିଛି ଗଡ଼ବଡ଼ ରହିଥିବା ଅନୁମାନ କରାଯାଉଛି l (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି)