ବାଲିଗୁଡାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପଜିଟିଭ ଚିହ୍ନଟ : ଏମସରେ ଭର୍ତ୍ତି – ଆଶୁ ଆରୋଗ୍ୟ କାମନା କଲେ ଶୁଭେଚ୍ଛୁ

ଓଡ଼ିଶା ତାଜା ନ୍ୟୁଜ (୦୧/୦୭. ଗୁରୁବାର) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ଭାଜପା ବିଧାୟକ କରେନ୍ଦ୍ର ମାଝୀ ବୁଧବାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ବର ସ୍ଥିତ ଏମସରେ ଭର୍ତ୍ତି ହୋଇଛନ୍ତି । କରୋନା ମହାମାରୀ ସମୟରେ ନିଜ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି କୁଟିଆ କନ୍ଧ ସମେତ ବିଭିନ୍ନ ଲୋକେ କିଭଳି ରହିଛନ୍ତି ସେନେଇ ଏକ ସପ୍ତାହ ହେଲା ନିଜ ନିର୍ବାଚନ ମଣ୍ଡଳୀ ତୁମୁଡ଼ିବନ୍ଧ ବ୍ଲକ ର ଗୁମା, ବେଲଘର ଅଞ୍ଚଳକୁ ଆସିଥିବା ବେଳେ ଥଣ୍ଡା ଖାଶ ହେବା ସହ ମୁଁହ ଫୁଲି ଯାଇଥିଲା ।

ସେ ପ୍ରଥମେ ଆଣ୍ଟୀଜେନ ଟେଷ୍ଟ ରେ ନେଗେଟିଭ ଆସିଥିବା ବେଳେ ଆର୍ଟିପିସିଆର ରେ ପଜିଟିଭ ଆସିଲା ଚିକିତ୍ସା ପାଇଁ ଏମସରେ ଭର୍ତ୍ତି ହୋଇଛନ୍ତି । ପ୍ରକାଶ ଯେ,କରେନ୍ଦ୍ର ମାଝି ୨୦୦୪-୨୦୦୯, ୨୦୦୯-୨୦୧୪ ଦୁଇଥର ବାଲିଗୁଡା ବିଧାୟକ ଭାବେ ନିର୍ବାଚିତ ହୋଇ ଥିବା ବେଳେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ସମେତ ରାଜ୍ୟର ବିଭିନ୍ନ ସାଙ୍ଗଠନିକ ଦାୟୀତ୍ଵ ସୁଚାରୁ ରୂପେ ତୁଲାଇ ଆସୁଛନ୍ତି। ତାଙ୍କ ଆଶୁ ଆରୋଗ୍ୟ ପାଇଁ ତାଙ୍କ ଶୁଭେଛୁ ଓ ସମର୍ଥକ କାମନା କରିଛନ୍ତି l (ରିପୋର୍ଟ : ସଞ୍ଜୟ କୁମାର ପାଣିଗ୍ରାହୀ)