ଦେବଗଡ଼ ବିଜେପି ଯୁବମୋର୍ଚ୍ଚା ଦ୍ୱାରା ରକ୍ତଦାନ ଶିବିର

ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର ) ଦେବଗଡ଼ :- ବର୍ତ୍ତମାନ କରୋନା ମହାମାରୀ ସମୟରେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରରେ ରକ୍ତର ଅଭାବର ଦୂରତା ଓ ସେବା ର୍ହି ସଂଗଠନ କାର୍ଯ୍ୟକ୍ରମରେ ଦେବଗଡ଼ ବିଜେପି ଯୁବମୋର୍ଚ୍ଚା ଦ୍ୱାରା ରକ୍ତଦାନ ଶିବିର ଦେବଗଡ଼ ରକ୍ତଭଣ୍ଡାରଠାରେ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳିର ଦୁଇବର୍ଷ ପୁତ୍ତିୀରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିତା ଆଚାର୍ଯ୍ୟଙ୍କ ଆହ୍ୱାନ କ୍ରମେ ବିଜେପି ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ସୁଧୀର କୁମାର ବ୍ରହ୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ରକ୍ତଦାନ ଶିବିର ସଫଳ ହୋଇଛି ।

ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ସହିତ ଜିଲ୍ଲା ବିଜେପି ସଭାପତି ମୀନକେତନ ପ୍ରଧାନ ଉଦ୍‌ଘାଟନ କରିଥିଲେ ।  ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ସଦସ୍ୟଗଣ ଏବଂ ମା ତାରିଣୀ କ୍ରିକେଟ୍ କ୍ଳବ୍ ମୋହିନୀଶ୍ୱରର ସଦସ୍ୟଙ୍କ ସହଯୋଗରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ମାନ୍ୟବର ସାଂସଦଙ୍କ ଦେବଗଡ଼ ନୋମିନୀ ଯୋଗେଶ ପ୍ରଧାନ, ଜିଲ୍ଲା ଉପସଭାପତି ହରମୋହନ ପାଣି, ଯୁବମୋର୍ଚ୍ଚାର ଦୟାଶଙ୍କର ଦ୍ୱିବେଦୀ, ରାକେଶ ଦାସ, ଅନନ୍ତ ଦାସଙ୍କ ସହିତ ବହୁ କର୍ମୀ ରକ୍ତଦାନ କରି ଶିବିରକୁ ସଫଳ କରାଇଥିଲେ ।  (ଆନନ୍ଦ କୁମାର କପରଦାର)