କେନ୍ଦ୍ରାପଡାରୁ ବାଲେଶ୍ବର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର ) ବାଲେଶ୍ୱର :- ବାଲେଶ୍ୱର ବଳାରାମଗଡ଼ିରେ ଶକ୍ତିମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ପ୍ରଣବ ପ୍ରକାଶ ଦାସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜନସାଧାରଣଙ୍କ ଜୀବନ ସବୁଠୁ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ରାପଡା , ଭଦ୍ରକ , ବାଲେଶ୍ବର ଓ ମୟୁରଭଞ୍ଜ ଜିଲ୍ଲାକୁ ତୋଫାନୀ ଗସ୍ତକରି ବାତ୍ୟା କ୍ଷତିଗ୍ରସ୍ତ ବୁଲିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

କ୍ଷୟକ୍ଷତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବୁ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ । ଆବଶ୍ୟକ ମୁତାବକ ଖାଦ୍ୟ ସାମଗ୍ରୀ ଦିଆଯାଉଛି । ଜନସାଧାରଣଙ୍କ ଦାବି ମୁତାବକ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି । ବାତ୍ୟାରେ କୌଣସି ପର୍ଯ୍ୟଟକଙ୍କର କ୍ଷତି ହୋଇନାହିଁ ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

ବାତ୍ୟା ସମୟରେ ଜୋର ପବନରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା । ବାହନଗା ବ୍ଲକର ବିଭିନ୍ନ ସ୍ଥାନରେ ପଡ଼ିଥିବା ଗଛକୁ ଓଡ୍ରାଫ୍ ଟିମ୍ ସହ ଗଛକୁ କାଟି ସଫା କରିଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା । ବିଧାୟକ ଗଛ ସଫା କରିବା ସହ ବାତ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ସରକାରୀ ସ୍ତରରେ ଓ ବିଜୁ ଜନତା ଦଳ ପକ୍ଷରୁ କାମ ଜାରି ରହିବ । ଶକ୍ତି ବିଭାଗ କ୍ଷୟକ୍ଷତି ଆକଳନ ଚାଲିଛି ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ବଳରାମଗଡ଼ି ପରେ ଚାନ୍ଦିପୁରରେ ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଣବ ପ୍ରକାଶ ଦାସ । (ରିପୋର୍ଟ  – ଦୀପ୍ତିମାନ ପତି )