ବିଜୁ ଜନତା ଦଳର ବହୁ କର୍ମୀ ବିଜେପିରେ ସାମିଲ – ପଦ୍ମପୁର

ଓଡ଼ିଶା ତାଜା ନ୍ୟୁଜ (୨୧ ଡିସେମ୍ବର ସୋମବାର ) ପଦ୍ମପୁର :- ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ତୋସିଲ ଗ୍ରାମ କାଦୋଗୁଛା ର ବିଜୁ ଜନତା ଦଳର ବହୁ ସକ୍ରିୟ କର୍ମୀ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଆଜି ସୋମବାର ଦିନ କାଦୋଗୁଛା କୁ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ଆସିଥିବା ଅବସରରେ ବିଜୁ ଜନତା ଦଳ ପ୍ରତି ଅସନ୍ତୋଷ ପ୍ରକାଶ କରି ସର୍ବଶ୍ରୀ ଚନ୍ଦ୍ର ଶେଖର ମାଝୀ,ଦୁତିଆ ରଣା,ନୁରେଶ୍ବର ରଣା,ଭୂଗୋଳ ମାଝୀ, ଧନ ସିଂ ମାଝୀ,କୁମଧର ମାଝୀ,ଫଗନୁ ମାଝୀ,ହାଡୁ ପାଥର,ରୋଦନ ମାଝୀ, ଲିଙ୍ଗରାଜ ମାଝୀ ଓ ମାଣ୍ତୋସିଲ ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ଛେଳିଆ ପାର୍ଥର ବିଜେପିରେ ସାମିଲ ହୋଇଥିଲେ ।

କାଦୋଗୁଛା ଠାରେ ” ଆମ ଗାଁ” ଆମ ବିକାଶ ଯୋଜନାରେ ୩ଲକ୍ଷ ଟଙ୍କାରେ ନିର୍ମିତ କଲ୍ୟାଣ ମଣ୍ଡପ ଓ ୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅଙ୍ଗନବାଡି ସେଣ୍ଟର ଅର୍ଦ୍ଧ ନିର୍ମିତ ହୋଇଥିବା ଓ ସମସ୍ତ ଟଙ୍କା ଉଠାଇ ନିଆ ଯାଇ ଥିବାର ଅଭିଯୋଗ ଗ୍ରାମବାସୀ କରିଥିଲେ । ଏହାର ତଦନ୍ତ ପାଇଁ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ପାଇକମାଲ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ )