ବିଦାୟ ନେଉଛନ୍ତି ମା ଜଗଜ୍ଜନନୀ ଦୁର୍ଗା

ଓଡ଼ିଶା ତାଜା ନ୍ୟୁଜ (୨୭ ଅକ୍ଟୋବର ମଙ୍ଗଳବାର ) କଟକ , ଭୁବନେଶ୍ଵର :- ବିଜୟା ଦଶମୀ ସହିତ ଶେଷ ହୋଇଛି ଶାରଦୀୟ ଦୁର୍ଗାପୂଜା । କରୋନା କଟକଣା ଭିତରେ ସରିଲା ଶକ୍ତିସ୍ବରୂପିଣୀ ମାଙ୍କ ପୂଜା । ବିଦାୟ ନେଇଛନ୍ତି ମା ଜଗଜ୍ଜନନୀ ଦୁର୍ଗା । ମା” ଙ୍କ ବିଦାୟ ଦିବସ ତଥା ମା’ ଙ୍କ ଭଷାଣ ଉତ୍ସବ ବହୁ କଟକଣା ର ସହିତ ପାଳିତ ହୋଇଯାଇଛି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମୂର୍ତ୍ତି ବିସର୍ଜ୍ଜନ ପାଇଁ କେତେକ ସ୍ଥାନରେ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଥିଲା । ସେହିପରି ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

ରାଜଧାନୀରେ କେତେକ ସ୍ଥାନରେ ଭଷାଣ ଯାତ୍ରା ଅନୁଷ୍ଠିତ ହୋଈଛି । ଏଥିପାଇଁ କମିଶନରେଟ୍ ପୋଲିସ୍ ତରଫରୁ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଥିଲା । ନିଦ୍ଦେର୍ଶନାମା ଅନୁସାରେ କଟକରେ 4 ପର୍ଯାୟରେ ପୂର୍ବାହ୍ନ 10 ଟାରୁ ସନ୍ଧ୍ୟା 6ଟା ପର୍ଯନ୍ତ ଭଷାଣ ଉତ୍ସବ ଚାଲୁ ରହିଥିଲା । ୪ ଟି ପର୍ଯ୍ୟାୟରେ ଭଷାଣ ଉତ୍ସବ ଚାଲୁ ରହିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ନିଦ୍ଦେର୍ଶନାମା କରଯାଇଥିଲା ।

ସେହି ଅନୁସାରେ କଟକରେ ୧୪ ଟି ଅସ୍ଥାୟୀ ପୋଖରୀର ନିର୍ମାଣ କରାଯାଇଥିଲା ବେଳେ ପ୍ରତି ଭଷାଣ ଉତ୍ସବରେ 7 ଜଣ ଲେଖାଏଁ ଭକ୍ତ ଙ୍କ ପାଈଁ ଅନୁମତି ରହିଥିଲା । କଟକରେ ଭଷାଣ ଉତ୍ସବ ଅନୁଷ୍ଠିତ ପାଇଁ ଚେସିସ ବଦଳରେ ଡାଲା ଅଟୋ କିମ୍ବା ପିକଅପ୍ ଭ୍ୟାନର ଅନୁମତି ଥିଲା । ଏପ୍ରକାର ସୂଚନା ଦେଇଥିଲେ କଟକ ଡିସିପି ପ୍ରତିକ ସିଂ । ମାଆ ଙ୍କ ସ୍ୱରୂପ ଧରା ଅବତରଣ ହୋଇଥିବା ବେଳେ ଏବେ ମାଆଙ୍କୁ ନିରାଡ଼ମ୍ଵର ସହ ଭକ୍ତ ଙ୍କ ଠାରୁ ବିଦାୟ ନେଇଛନ୍ତି । ଶକ୍ତିସ୍ୱରୁପୀ ମାଆ ଦୁର୍ଗା । (ରିପୋର୍ଟ ରଶ୍ମିତା ମହାପାତ୍ର)